ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ : ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ୍‌ ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ୍‌ କାରବାର ଖବର । ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ୍‌ ମାଫିଆ । ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ କଟକରୁ ଆସି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସେମାନେ ଯୋଜନା ଚଳାଇବା ସହ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀଙ୍କୁ ଟାର୍ଗେଟରେ ରଖିଥିବା ବିଷୟ ଶୁଣିବାକୁ ମିଳିଛି । କଟକ ଜଗତପୁର ଅଞ୍ଚଳର କିଛି ଯୁବକ କନ୍ଧମାଳ ଜିଲ୍ଲାର କିଛି ବେକାର ଯୁବକ ମାନଙ୍କୁ ଧରି ଟଙ୍କାର ପ୍ରଲୋଭାନ ଦେଖାଇ ଜଙ୍ଗଲ ମଧ୍ୟରେ ନକଲି ନୋଟ୍‌ ବଜାରରେ ଛାଡିବାକୁ ଯୋଜନା କରିବା ସହ ଟ୍ରାଏଲ୍‌ ବିଶେଷରେ ୧୦୦, ୨୦୦, ୫୦୦ ଟଙ୍କିଆ ନକଲି ନୋଟ୍‌ କିଛି ପରିମାଣରେ ବଜାରକୁ ଛାଡିଥିବା ଖବର ମଧ୍ୟ ମିଳିଛି । ଏଥି ପ୍ରତି ଅଞ୍ଚଳର ସମସ୍ତ ବ୍ୟବସାୟୀ ନଜର ରଖିବା ସହ ଏ ସମ୍ପର୍କରେ ଖବର ପାଇଲେ ସଙ୍ଗେ ସଙ୍ଗେ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ଅନୁରୋଧ କରାଯାଇଛି । ଏନେଇ ପୋଲିସ ବିଭାଗ ତରଫରୁ ମଧ୍ୟ ସମଗ୍ର ଜିଲ୍ଲାରେ କଡା ନଜର ରଖାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.