ପଦ୍ମପୁର ଶାରଦୀୟ ନବରାତ୍ରୀ ଦୂର୍ଗାପୂଜା

  • ଷଷ୍ଠ ଦିନରେ କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମାଁ ବନଦୂର୍ଗା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗା ଆଜି ଷଷ୍ଠ ଦିନରେ କତ୍ୟାୟନୀ ବେଶରେ ମାଁ ଦର୍ଶନ ଦେଇଛନ୍ତି । ମାତା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି, ତାଙ୍କର ପ୍ରଥମ ସ୍ୱରୂପର ନାମ ଶୈଳୀପୁତ୍ରୀ ପର୍ବତ ରାଜା ହିମାଳୟଙ୍କ କନ୍ୟା ରୁପେ ଜନ୍ମି ଥିଲେ ବୋଲି ତାଙ୍କ ନାମ ଶୈଳୀପୁତ୍ରୀ ନାମରେ ବିଦିତ । ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ଆଜି ମାଁ କାତ୍ୟାୟନୀ ବେଶରେ ପୂଜା ପାଉଛନ୍ତି । ଆଜିର ପୂଜାରେ କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା ହୋଇଥିଲେ । ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଅଶୋକ ପଣ୍ଡାଙ୍କ ଦୁର୍ଗା ସ୍ତୁତି ସହିତ ଘଣ୍ଟଶଙ୍ଖ ବାଦ୍ୟରେ ପାର୍ଶ୍ଵଦେବତାଙ୍କୁ ଆବାହନ ସହ ଷୋଡଶ ପୂଜା ଉପଚାରରେ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା । ବନଦୁର୍ଗା ମନ୍ଦିର ପୂଜାରୀ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ଼ଃ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା, ଶୁଶାନ୍ତ ପଧାନ ପୂଜାକାର୍ଯ୍ୟକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.