jsm

ଖବର ପ୍ରକାଶନ ପରେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କ ହସ୍ତକ୍ଷେପ ପରେ ହଟିଲା ଆମରଣ ଅନଶନ

csstore

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଭାଟିପଡ଼ାରୁ ଦରଲୋ ଯିବା ରାସ୍ତାରେ ଥିବା ମେଘା ଗ୍ୟାସ ପ୍ଲାଣ୍ଟରେ ଠିକା କାମ କରି ୯ ମାସରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ହେଁ ପାଖାପାଖି ୬୬ ଲକ୍ଷ ଟଙ୍କା ବିଲ୍‌ ବାକି ରହିଥିବା ଯୋଗୁଁ ଠିକାଦାର ବୁଲ୍‌ବୁଲ୍‌ ମେହେର ମାଗି ମାଗି ବିଫଳ ହେବାରୁ ସୋମବାର ଦିନ ନିଜର ସୁପର୍‌ଭାଇଜର୍‌ ଓ ଶ୍ରମିକ ମାନଙ୍କୁ ଧରି ମେଘା ଗ୍ୟାସ ପ୍ଲାଣ୍ଟ ବାହାରେ ଆମରଣ ଅନଶନରେ ବସିଥିଲେ । ଖବର ପ୍ରକାଶନ ପରେ ମଙ୍ଗଳବାର ଦିନ ଅତିରିକ୍ତ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର ଅନଶନ ସ୍ଥଳକୁ ଯାଇ ଆନ୍ଦୋଳନ କରୁଥିବା ଠିକାଦାର ବୁଲ୍‌ବୁଲ୍‌ ମେହେର ଓ ଅନ୍ୟମାନଙ୍କ କଥା ଶୁଣି ହାଇଦ୍ରାବାଦ୍ ଠାରେ ଥିବା ଅଧିକାରୀଙ୍କ ସହ ଫୋନ୍‌ରେ କଥା ହୋଇ ଆସନ୍ତା ୧୪ ତାରିଖ ଦିନ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହାର ସମାଧାନ କରାଯିବାର ପ୍ରତିଶୃତି ମିଳିବା ପରେ ଆମରଣ ଅନଶନରୁ ହଟିଥିବା ଆମ ପ୍ରତିନିଧିଙ୍କୁ ଫୋନ୍‌ ଯୋଗେ ଅବଗତ କରାଇଛନ୍ତି ବୁଲ୍‌ବୁଲ୍‌ ମେହେର । ସେ ଯାହାବି ହେଉ ଠିକାଦାର ଓ ଶ୍ରମିକଙ୍କ ପାଉଣା ମିଳିଲେ ତାଙ୍କର ପରିଶ୍ରମ ସଫଳ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।

yuvodaya
Leave A Reply

Your email address will not be published.