ହ୍ୟାପି ମୁମେଣ୍ଟସର ଶ୍ରାବଣ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପକ୍ଷରୁ ମହାଆଡମ୍ବରରେ ଭଞ୍ଜ ଭବନ ଠାରେ ଆୟୋଜିତ କରାଯାଇଛି । ପ୍ରତିଷ୍ଠାତା ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଓ ରଶ୍ମିତା ପଣ୍ଡା ଆୟୋଜନ ହେଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଶିକ୍ଷାବିତ ନରେଶ ଆର୍ଯ୍ୟ, ଉମାକାନ୍ତ ପଣ୍ଡା, ସୁକାନ୍ତ ଖୁଣ୍ଟିଆ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଶ୍ରାବଣ ମହୋତ୍ସବରେ ଚିତ୍ରାଙ୍କନ, ନାଚ, ଗୀତ, ମୋଡେଲିଙ୍ଗ, ରାଇମ୍ସ ସହ ଶ୍ରାବଣ ଭିତ୍ତିକ କବିତା ଆସର ହୋଇଥିଲା । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଶସ୍ମିତା ପ୍ରଧାନ, ଗ୍ରେସୀ ଡାଭିଡ, ଶରତ ପଣ୍ଡା, ତପସ୍ୱିନୀ, ପ୍ରତିଯୋଗିତାରେ ମୂଲ୍ୟାଙ୍କନ କରିଥିଲେ । ଜ୍ୟୋତିର୍ମୟ ଆଚାର୍ଯ୍ୟ, ସୁସ୍ମିତା ମହାପାତ୍ର, ସସ୍ମିତା ପାତ୍ର, ମିନାକ୍ଷୀ ପାତ୍ର, ପିନାକୀ ବୋଷ, ଆନନ୍ଦ ସୁନା, ସତ୍ୟବାନ ସାହୁ, ଧନଞ୍ଜୟ ଚୌଧୁରୀ, ବାସନ୍ତୀ ହନୁମାନ, ମନୋଜ ପଟନାୟକ, ସୁଧା ପାଣ୍ଡେ, ଆକାଶ ମୁଣ୍ଡାରୀ, ଇ ଚୈତନ୍ୟ, ଇନ୍ଦିରା ପଣ୍ଡା, ଭାଗିରଥି ଶତପଥୀ, ସରୋଜ ମହାନ୍ତିଙ୍କୁ ସର୍ବଶ୍ରେଷ୍ଠ ଗୁରୁ ସମ୍ମାନ ଦିଆଯାଇଥିଲା । ଦୀର୍ଘ ୭ ବର୍ଷ ଧରି ଅନୁଷ୍ଠାନ ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଉଛି । ରଶ୍ମିତା ପଣ୍ଡା, ଦିବାକର ଦାସ,ରଞ୍ଜନ ସାହୁ, ମାନସୀ ଘୋଷ, ଅଜୟ ନାୟକ ସହଯୋଗ କରିଥିଲେ । ହ୍ୟାପି ମୁମେଣ୍ଟସ ଇଣ୍ଡିଆ ପରିବାର ଆନନ୍ଦ ବାଣ୍ଟିବାର ପ୍ରୟାସ ଜାରି ରଖିଛି । ଶେଷରେ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.