ୱାଇ.ଏମ୍‌.ଏଫ୍‌.ଆଇ ପକ୍ଷରୁ ଦୀପିକା ସ୍କୁଲରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇ.ଏମ.ଏଫ.ଆଇ ପକ୍ଷରୁ ଦୀପିକା ସ୍କୁଲରେ ଆଜି ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଅଧ୍ୟକ୍ଷ ପ୍ରବୀନ କୁମାର ଶର୍ମା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେ ପିଲାଙ୍କୁ ଶୁଭେଚ୍ଛା ଜଣାଇବା ସହ କଳା ପ୍ରତି ରହିଥିବା ରୁଚି ଜୀବନକୁ ସଫଳ କରିବାରେ ପାଥେୟ ହୋଇଥାଏ ବୋଲି କହିଥିଲେ । ବିଭିନ୍ନ ସ୍କୁଲ ଓ କଲେଜର ଶତାଧିକ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ବକୃତା, ନୃତ୍ୟ, ସଂଗୀତ ଓ ମଡେଲିଙ୍ଗରେ ଭାଗ ନେଇ ନିଜ ମଧରେ ରହିଥିବା ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ । ୱାଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଦୁର୍ଗାପୂଜା ପରିପ୍ରେକ୍ଷୀରେ ଏହି ବିବିଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗୀତାରେ ଶରତ ଚନ୍ଦ୍ର ପଣ୍ଡା, ପୁଷ୍ପାଞ୍ଜଳି ରଣା, ଦେବେନ୍ଦ୍ର ମହାରଣା, ଦୀପକା ଦେ, କେ.ଏସ. ପଦ୍ମାବତୀ, ନିରୁପମା ପତି, ପ୍ରିୟଙ୍କା ମିଶ୍ର, ପୁଷ୍ପା ମିଶ୍ର, ପୂଜା ନାୟକ, ମୋନାଲିସା ସାହୁ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ‘ଦୁର୍ଗାପୂଜା ଉତ୍ସବ’ରେ ପୁରସ୍କୃତ କରାଯିବ ।

Leave A Reply

Your email address will not be published.