oom

ହରିଶଙ୍କରରେ ଜନ୍ମଦିନ ପାଳିଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିର ନିକଟ ମଣ୍ଡପରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଜନ୍ମ ଦିନ ପାଳନ କରିଥିଲେ । ଏହି ଅବସରରେ ଅତିଥି ଭାବେ ରାଣ୍ଡି ପୁଅ ଅନନ୍ତାର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନଅଧିକାରୀ ନରେନ୍ଦ୍ର ଛତ୍ର, ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ, ପ୍ରଯୋଜକ କୁମାର ସିଂ ଦେବ, ଡାଇରେକ୍ଟର ଓ ଫଟୋଗ୍ରାଫି ହୁଏନ୍ତ ସାଙ୍ଗ ମହାପାତ୍ର, ପ୍ରଡକ୍ସନ୍‌ ଡେସିଙ୍ଗନର ପି. ମଣ୍ଟୁ ମହାପାତ୍ର, କୋରିଓଗ୍ରାଫର ବୋବି ଇସଲାମ, ଏକ୍‌ଜୁଟିଭ୍‌ ପ୍ରଯୋଜକ ସୁଶାନ୍ତ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅଭିନେତା ଶ୍ରୀ ମିଶ୍ର ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ସୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥିବାବେଳେ, ଭକ୍ତମାନେ ମନ୍ଦିରକୁ ଦର୍ଶନ କରିଯିବା ସମୟରେ ପାଦରେ ତାତିରକ୍ଷା ପାଇବା ପାଇଁ ମେଟ ବ୍ୟବସ୍ଥା ସହ ବ୍ଲକ ଅଞ୍ଚଳର ପରୀକ୍ଷାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପାଠପଢାରେ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.