ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ପୁରୁଣା ଠିକାଦାରପଡା ମୁଖ୍ୟ ରାସ୍ତା ତଥା ଘର ଭିତରେ ଡ୍ରେନ୍ ପାଣି ବୋହିବା ବିରୁଦ୍ଧରେ ଆଜ ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବଂ ଠିକାଦାରପଡା ସଚେତନ ନାଗରିକ ସମିତି ତରଫରୁ ଠିକାଦାରପଡା ଛକରେ ଧାରଣା ଦିଆଯାଇଛି । ଠିକାଦାରପଡାରେ ଡ୍ରେନ୍ ପାଣି ବୋହିବା ବିରୁଦ୍ଧରେ, ଆବର୍ଜନା ଏବଂ ଡ୍ରେନ୍ ସଫେଇ, ନୁଆ ଡ୍ରେନ୍ ଖୋଳିବା ଦାବୀ ନେଇ ଶତାଧିକ ସ୍ଥାନୀୟ ଠିକାଦାରପଡାବାସୀ ବଲାଙ୍ଗିର ମ୍ୟୁନିସିପାଲିଟି ସଫେଇ ଅବହେଳା ବିରୁଦ୍ଧରେ ଡ. କୁଶୁଲିଆଙ୍କ ସହ ଉଦବୋଧନ ଦେଇଥିଲେ । କୁହାଯାଇଛି ଯେ, ୨୦୧୭ ମସିହାରେ ୧୮ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବଲାଙ୍ଗିର ମ୍ୟୁନିସିପାଲିଟିର ନାଳ ନଦ୍ଦମା ଓ ଆବର୍ଜନା ସଫେଇ ପାଇଁ ବଜେଟ କରାଯାଇଥିଲା । ବର୍ତ୍ତମାନ ୨୫ରୁ ୩୦ କୋଟି ଟଙ୍କ ହେଉଥିବ । କେନ୍ଦ୍ର ଏବଂ ରାଜ୍ୟ ସରକାର ତରଫରୁ ସ୍ୱଚ୍ଛ ଭାରତ ଶୌଚାଳୟ, ସାର୍ବଜାନିକ ଶୌଚାଳୟରୁ କୋଟି କୋଟି ଟଙ୍କା ଆସିବା ସତ୍ତେ୍ୱ ନାଳ ନର୍ଦ୍ଦମା ଠିକ୍ ଭାବରେ ସଫେଇ ହୋଇ ପାରୁନାହିଁ । ଗତ ୨୦୧୯ ଅଗଷ୍ଟ ୧୩-୧୪ ବଲାଙ୍ଗିର ସହରରେ ନାଳ ନର୍ଦ୍ଦମା ସଫା ନ ହେବା ଯୋଗୁଁ ଅତ୍ୟଧିକ ବୃଷ୍ଟି ଯୋଗୁଁ ବୁଡି ଯାଇଥିଲା, ଯଦିଓ ବଲାଙ୍ଗିର ଏକ ଯୋଜନାବଦ୍ଧ ସହର । ପିଇବା ପାଣିର ପାଇପ ଫାଟି ଯାଇ ନାଳା ଏବଂ ମୁଖ୍ୟ ରାସ୍ତାରେ ଏପରିକି କଚେରୀ ଛକ ଓ ପାଟନା ଛକରେ ଦେଖାଯାଉଛି । ମ୍ୟୁନିସିପାଲିଟିର ମୁଖ୍ୟ କାମ ସଫେଇ ତଥା ଆବର୍ଜନା ସଂଚାଳନ କରିବା । କିନ୍ତୁ ମ୍ୟୁନିସିପାଲିଟି ଏହା କରି ପାରୁନାହିଁ । ଏଣୁ ଆସନ୍ତା ଦିନରେ ବଲାଙ୍ଗିର ସହରର ସମସ୍ତ ୨୩ ଗୋଟି ୱାର୍ଡର ନାଳ ନର୍ଦ୍ଦମା, ଆବର୍ଜନା ସଫେଇ ପାଇଁ ଧାରଣା ଦିଆଯାଇ ଆନ୍ଦୋଳନ କରାଯିବ । ବଲାଙ୍ଗିର ପୌର ପରିଷଦ ଗରିବ ଖଟିଖିଆମାନଙ୍କୁ ରାସ୍ତା ଉପରୁ ଫିଙ୍ଗି ଦେଇଛି । ସହରରେ ଶୌଚାଳୟର ସୁବିଧା ନାହିଁ ଏବଂ ଜନ ସାଧାରଣ କାନ୍ଥ ଏବଂ ନାଳ ଉପରେ ପରିଶ୍ରା କରୁଛନ୍ତି । ସାର୍ବଜନିକ ସ୍ଥାନରେ ଥିବା ଶୌଚାଳୟ ସରକାରୀ ବସ ଷ୍ଟାଣ୍ଡ, ପ୍ରାଇଭେଟ ବସ ଷ୍ଟାଣ୍ଡ ମାନଙ୍କରେ ପାଣି ଏବଂ ସଫେଇର ଅଭାବରୁ ଅଚଳ ହୋଇ ପଡି ରହିଛି । ଶୋଇଥିବା ବଲାଙ୍ଗିର ମ୍ୟୁନିସିପାଲିଟିକୁ ଜଗାଇବା ପାଇଁ ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ସହ କୋଷାଧ୍ୟକ୍ଷ ଅନନ୍ତ ନାରାୟଣ ବନ୍ଦକି, ସମିତି ଅଧ୍ୟକ୍ଷ ଅବଧୁତ ବନ୍ଦକି, ହାଡିବନ୍ଧୁ ପ୍ରଧାନ, କାହ୍ନୁଚରଣ ବିଶ୍ୱାଳ, ନିବାସ ସେଠ, ପ୍ରବୀଣ ଭୋଇ, ରବିନ୍ଦ୍ର ସାମନ୍ତ ରାଏ, ରାଜେଶ ସାମନ୍ତରାଏ, ରାଜେନ୍ଦ୍ର ବରିହା, ଗଜେନ୍ଦ୍ର ବାରିକ ସମେତ୍ ପଡାବାସୀ ଦାବୀ ରଖିଛନ୍ତି ।