centurian jitm

ଜିଲ୍ଲା ଛାତ୍ର କଂଗ୍ରେସର କମ୍ପନ ସମାବେଶ : ନିଯୁକ୍ତି, ସ୍ୱାଭିମାନ ଓ ଅଧିକାର ପାଇଁ ଲଢେଇ ଜାରି ରହିବ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜାତୀୟ ଯୁବ ଦିବସ । ଏହି ମହାନ ଦିବସ ଅବସରରେ ଜିଲ୍ଲାର ଯୁବକ ଓ ଯୁବତୀ କଲେଜ ଛକ ସ୍ଥିତ ସରୋଜିନୀ ରେସିଡେନ୍ସି ଠାରେ ଏକତ୍ରିତ ହୋଇ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହରି ଥିଲେ । ପୁର୍ବତନ ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ଅଧ୍ୟକ୍ଷତାରେ ବେକାରୀ ଯୁବକ ଯୁବତୀ ଓ ଛାତ୍ର ନିଯୁକ୍ତି ସହ ଛାତ୍ର ସମାଜର ସ୍ୱାର୍ଥ ସ୍ୱାଭିମାନ ଓ ଅଧିକାର ପାଇଁ ଲଢେଇର ନାରା ନେଇ ଅଂଚଳର କଚେରୀ ଛକ, ଭାଗିରଥୀ ଛକ, ଲ’ କଲେଜ ଛକ, ପାଟଣା ହୋଟେଲ ଛକ, ଦୁର୍ଗାମନ୍ଦିର ଛକ ଓ ପରେ ପାଟଣେଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି କଂଗ୍ରେସ ଭବନକୁ ପହଞ୍ଚି ଥିଲେ । ସେଠାରେ ଆୟୋଜିତ ଛାତ୍ର କଂପନ ସମାବେଶରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ କହିଲେ ଯେ, ବିଗତ ଦିନରେ ବଲାଙ୍ଗିରର କଂଗ୍ରେସ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ନବୀନ ପ୍ରଶାସନର ଆକ୍ରୋଶର ଶିକାର ହୋଇଛି । ସେ କହିଥିଲେ ବଲାଙ୍ଗିରରେ ପଞ୍ଚାୟତ ସ୍ତରରେ ଛାତ୍ର କଂଗ୍ରେସର ସ୍ୱରକୁ ତୀବ୍ରତର କରାଯିବ । କଲେଜ, ବିଶ୍ୱ ବିଦ୍ୟାଳୟରେ ଛାତ୍ର କଂଗ୍ରେସ ସଂଗଠନର ଭୂମିକାକୁ ପ୍ରଭାବୀ ଓ ସଂଗଠନକୁ ସୁଦୃଢ କରାଯିବ । ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ତଥା ଓଡିଶା ପ୍ରଭାରୀ ରୋସନଲାଲ ବିଟୁ କହିଥିଲେ ଯେ, ୨୧ ବର୍ଷର ନବୀନ ଶାସନରେ ଓଡିଶାର ଜନ ସାଧାରଣ ଅତିଷ୍ଠ ହୋଇ ପଡିଲେଣି । ନବୀନ ଶାସନରେ ଛାତ୍ର, ଯୁବକ, ମହିଳା, କୃଷକ ସମସ୍ତ ବର୍ଗ ପ୍ରତାରିତ ଓ ଅବହେଳିତ ହୋଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ମିଥ୍ୟା ପ୍ରତିଶ୍ରୁତି ଦେଇ ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି । ଛାତ୍ର କଂଗ୍ରେସର ସଂଗ୍ରାମକୁ ତୀବ୍ରତର କରିବାକୁ ସେ ଆହ୍ୱାନ ଦେଇଥିଲେ । ଛାତ୍ର କଂଗ୍ରେସ ସହପ୍ରଭାରୀ ମୋଦୀ ଓ ନବୀନ ଶାସନ ବିରୁଦ୍ଧରେ ବଲାଙ୍ଗିର ଛାତ୍ର କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ବୋଲି ସେ କହିଲେ । ଛାତ୍ର କଂଗ୍ରେସ ସାଧାରଣ ଜନତାର ସ୍ୱର ବୋଲି ସେ କହିଥିଲେ । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ, ବଲାଙ୍ଗିର ଜିଲ୍ଲାର ଯୁବକମାନଙ୍କର ଭାଗ୍ୟ ଆନ୍ଧ୍ରର ଇଟାଭାଟିରେ ବନ୍ଧା ପଡିଛି । ବଲାଙ୍ଗିରରେ ବେକାରୀ ସମସ୍ୟା ଉତ୍କଟ, ଲୋକେ କର୍ମସଂସ୍ଥାନ ଅଭାବରୁ ଭିଟାମାଟି ଛାଡି ଦାଦନ ଖଟିବାକୁ ଯାଉଛନ୍ତି । ଏଠି ପ୍ରତିବର୍ଷ ଅନାହାର ମୃତ୍ୟୁ ହୁଏ । ଜିଲ୍ଲାପାଳ ତଥ୍ୟ ଲୁଚାନ୍ତି । ଖପ୍ରାଖୋଲର ଝୁଣ୍ଟି ବରିହା ପରିବାର ସମୂଳେ ଅନାହାରରେ ମରିଥିଲେ । ଅନାହାର ମୃତ୍ୟୁ ଓ ଦାଦନ ସମସ୍ୟା ପ୍ରବଳ ହୋଇଥିବା ବେଳେ ନବୀନ ପଟ୍ଟନାୟକ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ବଲାଙ୍ଗିର ଲୋକସଭା ଆସନର କଂଗ୍ରେସ ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କହିଥିଲେ ଯେ ଛାତ୍ର କଂଗ୍ରେସ ସଂଗଠନକୁ ସୁଦୃଢ କରିବାକୁ ସମସ୍ତ ସାମର୍ଥ୍ୟ ଓ ସମର୍ଥନ ଦିଆଯିବ । ବୁଥ୍‌ ସ୍ତରରେ ଛାତ୍ର କଂଗ୍ରେସ ସଂଗଠନକୁ ଦୃଢ କରାଯିବ । ବଲାଙ୍ଗିରରେ ଶାସନ ବ୍ୟବସ୍ଥାର ସ୍ୱଚ୍ଛତା ପାଇଁ ସାଧାରଣ ଜନତାର ଜାଗ୍ରତ ପ୍ରହରୀ ଭାବରେ ଛାତ୍ର କଂଗ୍ରେସ କାର୍ୟ୍ୟ କରିବ । ପଂଚାୟତ କାର୍ୟ୍ୟାଳୟରୁ ଜିଲ୍ଲାପାଳ କାର୍ୟ୍ୟାଳୟ ପର୍ୟ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ସମସ୍ତ ସରକାରୀ ସଂସ୍ଥାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଛାତ୍ର କଂଗ୍ରେସ ତାର ସ୍ୱରକୁ ଶାଣିତ କରିବ । ସାଧାରଣ ଜନତାକୁ ନ୍ୟାୟ ଦେବା ପାଇଁ ଓ ଛାତ୍ର ଅଧିକାର ପାଇଁ ଦୁର୍ବାର ଆନ୍ଦୋଳନ କରିବ । ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା ଏହି କାର୍ୟ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଛାତ୍ର କଂଗ୍ରେସ କଂଗ୍ରେସ ସଂଗଠନର ମେରୁଦଣ୍ଡ । କଂଗ୍ରେସର ପୂର୍ବ ଗୌରବ ଫେରେଇ ଆଣିବାକୁ ଛାତ୍ର କଂଗ୍ରେସର ସଂଗ୍ରାମ ଉପରେ ସେ ଆସ୍ଥା ପ୍ରକଟ କରିଥିଲେ । ଏହି କାର୍ୟ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ କୁମାର ମିଶ୍ର, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ମନୀଷ ମିଶ୍ର, ଲୋପନ ମିଶ୍ର, ପପୁ ପାତ୍ର, ଜୟନାରାୟଣ ବହିଦାର, ପପୁ ପାତ୍ର, ମୋହନ ପଟେଲ, ରାମଜୀ ଚୈାଧୁରି, କୈଳାସ ମିଶ୍ର, ପବିତ୍ର ନେପାକ, ସଂଜୟ ମିଶ୍ର, ବେଟୁନ ସ୍ୱାଇଁ, ତୁଷାର, ନାସିର ଖାନ, ଅଶ୍ୱିନୀ ରାଉତ, ଅବିନାଶ ପ୍ରସାଦ ସାଏ ଏବଂ ଛାତ୍ର ନେତା ଅଜିତ ମହାନନ୍ଦ, ସୁମିତ ପଟ୍ଟନାୟକ, ରୋସନ ମିଶ୍ର, ପ୍ରତୀକ ନାୟକ, ଜ୍ଞାନ ରଂଜନ ସରାଫ, ଶୁଭମ ସାହୁ, ନିରଞ୍ଜନ ମିଶ୍ର, ଶୁଭେନ୍ଦୁ ସାହୁ, ଓମ୍‌ ରାଉତ, ଅମିୟ ବଗର୍ତ୍ତି, ଟୁଲୁ ସେନ, ଗୌରବ ଶର୍ମା, ଶଙ୍କର ବିଶି, ସଚିନ ସାହୁ, ରମଣି ନାଏକ, ସୁମନ୍ତ ବିଭାର, ଗୁଡଲୁ ସାହୁ, ବଣ୍ଟି ବେହେରା, ପ୍ରକାଶ ସାହୁ, ମଧୁ ନାଗ, କୁଳମଣି ସାହୁ, ଆର୍ତ୍ତ ଘିଭେଲା, ମୁକେଶ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!