ଦୁର୍ଗାପୂଜା ପୂର୍ବରୁ ଆଇନ ପାଠ ପଢିଲେ ଶାନ୍ତି କମିଟି ସଦସ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସୋସାଇଟି ଫର ନେଚର, ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଫାଉଣ୍ଡେସନ ଓ ମେନେନାଇଟ ସେଣ୍ଟ୍ରାଲ କମିଟିର ମିଳିତ ଆନୁକୂଲ୍ୟରେ ସ୍ନେହ କେନ୍ଦ୍ର ଭୁବନେଶ୍ୱରସ୍ଥିତ ସାଲିଆ ସାହିଠାରେ ଏକ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ନେହ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଦିବାକର ମହାଳି ଅତିଥି ପରିଚୟ ଦେବା ସହ ସ୍ନେହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ରେଷ୍ଟରେଟିଭ ନ୍ୟାୟ କମିଟିର ସଭ୍ୟାମାନଙ୍କ ସହ ପରିଚିତ କରାଇଥିଲେ ଓ କିପରି ନ୍ୟାୟ ବ୍ୟବସ୍ଥା ଲୋକାଭିମୁଖୀ ହୋଇପାରିବ । ସେ ନେଇ ସ୍ନେହ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ବିଷୟରେ ଅବଗତ କରାଇଥିଲେ । ତତ୍‌ପରେ ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ସଭାରେ ଉପସ୍ଥିତ ଥିବା ମହିଳାଙ୍କୁ ଶ୍ରୀ ମିଶ୍ର ସାଇବର କ୍ରାଇମ, ଘରୋଇ ହିଂସାକୁ ନେଇ ରହିଥିବା ଆଇନ ତଥା ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ରହିଥିବା ଲୋକାଭିମୁଖୀ ବିଚାର ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ’ ଏହି ସଭାରେ ସାଲିଆ ସାହିର ଶାନ୍ତି କମିଟିର ୫୦ରୁ ଅଧିକ ସଦସ୍ୟା ଉପସ୍ଥିତ ରହି ଆଇନ ଉପରେ ନିଜର ମତାମତ ରଖିଥିଲେ । ସର୍ବଶେଷରେ ସ୍ନେହ ଅନୁଷ୍ଠାନର ସ୍ୱସ୍ତିକା ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଏହିପରି ଆଇନ ସାକ୍ଷରତା କାର୍ଯ୍ୟକ୍ରମ ରାଜଧାନୀର ପ୍ରତି କୋଣ ଅନୁକୋଣରେ ଜାରି ରହିବ ବୋଲି ସୂଚାଇଥିଲେ ।

Leave A Reply

Your email address will not be published.

error: Content is protected !!