କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛତା ହି ସେବା ପକ୍ଷ ପାଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ଵର ଯୁବକ ସଂଘ ଜୁରାବନ୍ଧ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି । ସଂଘର ସଭାପତି ତୁଲାଚନ୍ଦ୍ର ପୋଢ ସଭା ପରିଚାଲନା କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ବଙ୍ଗୋମୁଣ୍ଡା ବ୍ଲକ ବିଜେପି ମଣ୍ଡଳ ସଭାପତି ଖିର ବଛା ଉପସ୍ଥିତ ରହି ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ସଂଘର ସଂପାଦକ ଲିଙ୍ଗରାଜ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ । ସେପ୍ଟେମ୍ୱର ୧୭ ତାରିଖ ଠାରୁ ସ୍ୱଚ୍ଛତା ହି ସେବା ପକ୍ଷ ଆରମ୍ଭ କରି ଅକ୍ଟୋବର ୨ ତାରିଖ ଶେଷ ହୋଇଥିଲା । ଡାକ୍ତର ଅମିର ମେହେର ଓ ଡାକ୍ତର ବିଷମ୍ଭର ମେହେରଙ୍କ ତତ୍ତ୍ୱାବଧାନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବେଲପଡା ଓ ଜୁରାବନ୍ଧ ଗ୍ରାମ ପରିଷର, ନଲକୂପ ସଫା ସୁତୁରା କରିବା ସହିତ ଲୋକମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋହନ ବାଗ, ସୋନୁ ଛତ୍ରିଆ, ସୁରୁ ପୋଢ, ରାହୁଲ ପୋଢ, ରତ୍ନାକର ଛତ୍ରିଆ, କୁବେର ପୋଢ, ସେନାପତି ପୋଢ, ପ୍ରିୟାଶୁଂ ପୋଢ ଓ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!