ନୂଆ ନିଯୁକ୍ତି ଉପରେ ସଂଘ ଅଧିକ ଧ୍ୟାନ ଦେବ: ଏସଡିସିସି କର୍ମଚାରୀ ସଂଘ ସଭାପତି

ବରଗଡ଼, (ସତ୍ୟନାରାୟଣ ପଧାନ) : ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘ ର ନୂଆ ସଭାପତି ଓ ସମ୍ପାଦକ ମନୋନୀତ ହୋଇଛନ୍ତି। କାମିନୀ ମୋହନ ପୁରୋହିତ ସଭାପତି ଓ ଦେବେଶ ରଂଜନ ଧର ସମ୍ପାଦକ ଭାବେ ସଂଘର ଦାୟିତ୍ୱ ନେଇଛନ୍ତି। ପୂର୍ବତନ କର୍ମଚାରୀ ସିବାନନ୍ଦ ମଟାରି, ବିରଞ୍ଚି ଦାସ, ସମାଜ ସେବୀ ଭାବନୀ ସାହୁ ନୂତନ ସଭାପତି ଓ ସମ୍ପାଦକଙ୍କୁ ଶୁଭେଛା ଜଣାଇଥିଲେ। ବ୍ୟାଙ୍କରେ କର୍ମଚାରୀ ସଂଖ୍ୟା କମ ଥିବାରୁ ନୂତନ ନିଯୁକ୍ତି ଉପରେ ଅଧିକ ଧ୍ୟାନ ଦେବ, ପ୍ରମୋସନ ଏବଂ ସ୍ୱାସ୍ଥ୍ୟ ବୀମା ପୁନଃ ଚଳେଇବା ଉପରେ ସଂଘ ଧ୍ୟାନ ଦେବ ।

Leave A Reply

Your email address will not be published.