ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ଖଇରା ପଂଚାୟତ ପିପଲମୁଣ୍ଡା ଠାରେ ଜଗଜ୍ଜନନୀ ଉତ୍ପାଦକ ଗୋଷ୍ଠୀର ସଭ୍ୟମାନଙ୍କ ଦ୍ଵାରା ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍ପାଦକ ଗୋଷ୍ଠୀର ଲୀଳାବତୀ, ବିମଳାଦେଇ, ତିଲୋତ୍ତମା, ପ୍ରେମ ମହାନନ୍ଦ, ପୁଷ୍ପା ସଂଗୀତା ନାଗ ସହିତ ସମସ୍ତ ସଦସ୍ୟା ଓ ଶ୍ରମିକ ଶକ୍ତି ସଂଘର ପ୍ରୋଗ୍ରାମ ମେନେଜର ଗୁରୁଗୋବିନ୍ଦ ସିଂହ ମାଝୀଙ୍କ ସହିତ ତପସ୍ୱିନୀ, ସଂଗୀତା ଓ ତପନେଶ୍ୱର ଯୋଗ ଦେଇଥିଲେ । ପ୍ରକାଶ ଥାଉ କି ଶ୍ରମିକ ଶକ୍ତି ସଂଘ ତରଫରୁ ଆଗାମୀ ପନ୍ଦର ଦିନ ମଧ୍ୟରେ ବିଭିନ୍ନ ଗ୍ରାମରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!