କରୁଆଁଝର ୨୬ତମ ଆଜାଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : କୁଠୁର୍ଲାକୁ ହରାଇ କରୁଆଁଝର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରର ଆଜାଦ କ୍ରିକେଟ ପ୍ରତଯୋଗିତାରେ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲରେ କରୁଆଁଝର ଓ କୁଠୁର୍ଲା ମଧ୍ୟରେ ହୋଇଥିଲା । ସେହି ମ୍ୟାଚରେ କରୁଆଁଝର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୬ ଓଭରରେ ୪୩ରନ୍ କରିଥିବା ବେଳେ କୁଠୁର୍ଲା ୬ଓଭରରେ ୪୧ରନ୍ କରି ପରାଜିତ ହୋଇଥିଲା । ଏହି ଅବସରରେ ଅତିଥି ଭାବେ ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର, ଦେଓଗାଁ ବ୍ଲକ୍ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଧଣ୍ଡାମାଲ ସରପଞ୍ଚ ତଥା ଦେଓଗାଁ ବ୍ଲକ୍ ସରପଞ୍ଚ ସଂଘର ସଭାପତି ଦୟାନିଧି ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ, ଗୌନ୍ତିଆ ଚୈତନ୍ୟ ପଟେଲ, ବଡବନ୍ଧ ସରପଞ୍ଚ ଧୁବଲେ ରାଉତ, ଓଏଲଏମ୍ ପ୍ରଦୀପ ଛତ୍ରିଆ, ହୃଦାନନ୍ଦ ଗଡତ୍ୟା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.