ମହିଳାଙ୍କ ବେକରୁ ସୁନାର ମଙ୍ଗଳସୂତ୍ର ଲୁଟ୍ ଉଦ୍ୟମ ଫେଲ୍

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ ସହରରେ ଥମୁନି ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍‌ ଉଦ୍ୟମ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ସହର ନେହେରୁ ନଗର ଦ୍ୱିତୀୟ ଗଳିରେ । ସକାଳ ୬.୧୫ ସମୟରେ ଏମ୍‌. ରଜନୀ ନାମକ ୪୧ବର୍ଷୀୟ ମହିଳା ଜଣକ ନିଜ ଘର ଅଗଣା ଝାଡୁ କରୁଥିବା ସମୟରେ ଜଣେ ଦୃର୍ବୁତ୍ତ କିଛି ଦୁରରେ ବାଇକ୍ ରଖି ଏମ ରଜନୀଙ୍କ ବେକରୁ ସୁନାରେ ତିଆରି ମଙ୍ଗଳ ସୂତ୍ର ଟାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମହିଳାଙ୍କ ଦୁରଦୃଷ୍ଟି ନିଜର ମଙ୍ଗଳସୁତ୍ର ରକ୍ଷା କରିବାରେ ସଫଳ ହୋଇଛନ୍ତି । ନିଜ ଦୁଇହାତରେ ମଙ୍ଗଳସୂତ୍ରକୁ ଜାବୁଡ଼ି ଧରି ଦୁବୃର୍ତ୍ତକୁ ଝାଡୁରେ ପିଟିଥିଲେ । ତଥାପି ଦୃର୍ବୁତ୍ତ ମହିଳାଙ୍କୁ ତଳେ ପକାଇ ମଙ୍ଗଳସୂତ୍ର ଲୁଟ୍ ଉଦ୍ୟମ କରୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ତିରୁପତି ପ୍ରସାଦ ଗଉଡ ପାଟି କରିବାରୁ ଦୃର୍ବୁତ୍ତ ମହିଳାଙ୍କୁ ତଳେ ପକାଇ ଦୌଡ଼ି ପଳେଇ ଥିଲେ । ଗତ ୨ ମାସ ତଳେ ଜଣେ ମହିଳାଙ୍କ ସହିତ ଏହିଭଳି ଘଟଣା ଘଟିଥିବା ବେଳେ, ବାରମ୍ୱାର ଏହିଭଳି ଘଟଣାକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଛନ୍ତି । ଦୃର୍ବୁତ୍ତ ମାନେ ମହିଳା ମାନଙ୍କୁ ଟାର୍ଗେଟ୍‌ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ରାୟଗଡ଼ ଜିଲ୍ଲାକୁ ପ୍ରଥମ ଥର ପାଇଁ ମହିଳା ଏସ୍‌ପି ସ୍ଵାତୀ ଏସ୍, କୁମାର କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ମହିଳାଙ୍କ ସୁରକ୍ଷା ନିମନ୍ତେ କେଉଁ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦେଖିବା ବାକି ରହିଲା ।

Leave A Reply

Your email address will not be published.

error: Content is protected !!