ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପ୍ରତିବାଦ : ବଲାଙ୍ଗୀର ଜିଲ୍ଲା ଦଳିତ ଅଧିକାର ମଞ୍ଚର ଦାବୀପତ୍ର ପ୍ରଦାନ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ଜିଲ୍ଲା ଦଳିତ ଅଧିକାର ମଞ୍ଚ ତଥା ରାଜ୍ ଆଗଲପୁର ବ୍ଳକର ନିକଟବର୍ତ୍ତି ବୁଦୁଲା ଗ୍ରାମ ପଞ୍ଚାୟତର ମହଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପ୍ରତିବାଦ କରିବା ପାଇଁ ଆଗଲପୁର(ଡୁଡୁକା )ବ୍ଳକ୍ର ବ୍ଳକ୍ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ ଆନ୍ଦୋଳନରେ ମହଖଣ୍ଡ ଗ୍ରାମର ଚକ୍ରଧରପୁର ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବାକାନ୍ତ ଦୀପ, ଜିଲ୍ଲା ଦଳିତ ଅଧିକାର ମଞ୍ଚର ସଭାପତି ଖଗେଶ୍ବର ନାଗ, ବିଗ୍ ହ୍ୟୁମାନ୍ ଫାଉଣ୍ଡେସନ ସଭାପତି ସଂଯୋଗ କୁମାର ସାହୁ, ବୁଦୁଲା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ମଧୁ ପଧାନ, ସମାଜସେବୀ ବିଜୟ ଅଗ୍ର‌ୱାଲ, କୋଶଳ ନେତା ସୂର୍ୟ୍ୟ ସ୍ୱାଇଁ, ଅଭିଭାବକ ହନୁମନ୍ତ ନାଗ୍, ରିଙ୍କୁ ନନ୍ଦ, ରାହୁଲ ଦୀପ, ଉପେନ୍ଦ୍ର ଦୀପ, ରାମକୃଷ୍ଣ ବାଗ୍, ଚିତ୍ତରଞ୍ଜନ ଦୀପ ଏବଂ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏଥିରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ତଥା ମୂଖ୍ୟ ଶାସନ ସଚିବ ଏବଂ ଜିଲ୍ଲା ପ୍ରଶାସନକୁ ରାଜ୍ ଆଗଲପୁର (ଡୁଡୁକା)ବ୍ଳକ୍ ଶିକ୍ଷା ଅଧିକାରୀ ସୁଶ୍ରୀ ମଞ୍ଜୁଲତା ଭୋଇଙ୍କ ଜରିଆରେ ସ୍କୁଲ ପୁନଃ ଆରମ୍ଭ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.