csstore

ଲଖମରା କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ସରକାରୀ ନୋଡାଲ ଜଗନ୍ନାଥ ହାଇସ୍କୁଲ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେମୁଖ୍ୟ ବକ୍ତା ସମ୍ମାନିତ ଅତିଥି ପ୍ରମୁଖ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ ସହ ବିଦ୍ୟାଦାତ୍ରୀ ସରସ୍ୱତୀ ଦେବୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅତିଥିଙ୍କ ସ୍ୱାଗତ ଏବଂ ପରିଚୟ ପ୍ରଦାନ ସହ ସଭା କାର୍ଯ୍ୟ ସଂଯୋଜନା କରିଥିଲେ ସହକାରୀ ଶିକ୍ଷକ ବ୍ରଜ କିଶୋର ଚନ୍ଦ୍ର ଭିଲ । ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାର ଲକ୍ଷ ଓ ବିଦ୍ୟାର୍ଥଙ୍କ ଉପାଦେୟତା ଉପରେ ବିବରଣୀ ପ୍ରଦାନ କରିଥିଲେ ସିଆର୍‌ସିସି ବୈଷ୍ଣବ ପଣ୍ଡା । ମଞ୍ଚାସୀନ ଅତିଥି ଗଣ ମଧ୍ୟରେ ମୁଖ୍ୟବକ୍ତା ଭାବେ ପୂର୍ବତନ ସିଆର୍‌ସିସି ଡୋଳାମଣୀ ମାହାର, ମୁଖ୍ୟ ବକ୍ତା ଭାବେ ପାଇକମାଲ ଏବିଇଓ ଧଳେନ୍ଦ୍ର ବାରିକ, ସମ୍ମାନିତ ଅତିଥି ଭାବେ ଚରଦାପାଲି ସେବାଶ୍ରମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳ, ଶିକ୍ଷାବିଦ୍‌ ମଧୁସୂଦନ ଦାସ, ଏସ୍‌ଏମ୍‌ଡିସି ସଭାପତି ବିକ୍ରମ ନାଏକ, ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ରମାକାନ୍ତ ମିଶ୍ର, ବକ୍ତବ୍ୟରେ ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ଓ ପ୍ରତିଭାର ପରିସ୍ପୁଟନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ମନୋରମ କାର୍ଯ୍ୟକ୍ରମ ନୃତ୍ୟ, ଗୀତ, ଏକାଙ୍କିକା ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଅପରାହ୍ନରେ ଉଦ୍‌ଯାପନୀ ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ସଭାପତି ରୂପେ ରାଜବୋରାସମ୍ବର ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଲୋକନାଥ ଭୋଇ, ଜଗନ୍ନାଥ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସୁରଭି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଭାଗନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ମାନପତ୍ର ସହ ପୁରସ୍କୃତ କରିଥିଲେ । ପରିଶେଷରେ ସିଆର୍‌ସିସି ବୈଷ୍ଣବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.