କେନ୍ଦ୍ରୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥା ଆଇଗିଣିଆ ଭୁବନେଶ୍ଵରଙ୍କ ତରଫରୁ ବରକେରାରେ ମେରା ଗାଓଁ ମେରା ଗୌରବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୋମବାର ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବରକେରା ଗ୍ରାମରେ କେନ୍ଦ୍ରୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥା ଆଇଗିଣିଆ ଭୂବନେଶ୍ଵରଙ୍କ ଦ୍ଵାରା ମେରା ଗାଓଁ ମେରା ଗୌରବ ପ୍ରକଳ୍ପ ମାଧ୍ୟମରେ ସହରରେ ଛାତ ଉପରେ ଓ ବାଡିରେ ହେଉଥିବା ବଗିଚା ପାଇଁ ଆବଶ୍ୟକୀୟ ଚାରା ଉପରେ ଏକ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଉଦ୍ୟାନ କୃଷି ଗବେଷଣା ସଂସ୍ଥା ଆଇଗିଣିଆ ଭୁବନେଶ୍ଵରଙ୍କ ଦ୍ଵାରା ବରକେରା, ଚାନ୍ଦୋଳ, ଅଳଉତା, ସେବତୀପୁର ପୂର୍ବପାରୀ, ହୁରୁହୁରାକୁ ପୋଷ୍ୟ ଗ୍ରାମ୍ୟ ଭାବେ ଗ୍ରହଣ କରାଯାଇଛି । ସେଥିପାଇଁ ଏହି ସବୁ ଗ୍ରାମମାନଙ୍କରେ ଅନେକ ସମୟରେ କୃଷି ସଚେତନତା, ସ୍ୱଚ୍ଛତା ଓ ପରିବେଶ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍ଥାର ପ୍ରମୁଖ ବୈଜ୍ଞାନିକ ଡକ୍ଟର ପେଟିକମ ଶ୍ରୀନିବାସ ଯୋଗଦେବା ସହିତ ପ୍ରକଳ୍ପ ପରିଚାଳକ ନରୋତ୍ତମ ସାହୁ, ମନୋଜ କୁମାର ବେହେରା, ଚିନ୍ମୟ ମହାପାତ୍ର ଯୋଗ ଦେଇଥିଲେ । ପ୍ରଥମେ ସ୍ଵଚ୍ଛତା ଉପରେ ଆଲୋକପାତ କରିଥିଲେ । ପରେ ପରେ ସହରରେ ଛାତ ଉପରେ ଓ ବାଡିରେ ହେଉଥିବା ବଗିଚା ପାଇଁ ଆବଶ୍ୟକ ପଡ଼ୁଥିବା ଚାରା କିପରି ଗାଁର ଚାଷୀମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇ ସହରକୁ ଯୋଗାଇ ଦିଆଯିବ ତାହା ଉପରେ ପ୍ରମୁଖ ବୈଜ୍ଞାନିକ ଡଃକ୍ଟର ପେଟିକମ ଶ୍ରୀନିବାସ ଆଲୋକପାତ କରିଥିଲେ । ଚାଷୀମାନଙ୍କର ବଳକା ସମୟକୁ ସଦୁପଯୋଗ କରି ନିଜ ନିଜ ବାଡିରେ ବିଭିନ୍ନ ପ୍ରକାରର ଫଳ, ଫୁଲ, ଶାଗ, ସୌନ୍ର୍ୟ୍ୟ କରଣକରିବା ଚାରା ପ୍ରସ୍ତୁତ କରି ସହରକୁ ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଚାରା ଗୁଡ଼ିକୁ ସହରକୁ ପହଞ୍ଚାଇବାକୁ ମାଧ୍ୟମ ଯୋଗାଇ ଦେବାକୁ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଚାଷୀମାନେ ଚାରା ଉତ୍ପାଦନ କରିବାପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଯୋଗାଇ ଦେବାକୁ ପ୍ରମୁଖ ବୈଜ୍ଞାନିକ କହିଥିଲେ । ଚାଷୀମାନେ ଅନ୍ୟାନ୍ୟ ଫସଲ ଉପରେ ବୈଷୟିକ ପରାମର୍ଶ ନେଇଥିଲେ । ଉକ୍ତ ସଂସ୍ଥାରୁ ଆସିଥିବା ଚାରା ପ୍ରଦର୍ଶନ କରାଯାଇଥିଲା ଏବଂ ଚାଷିମାନଙ୍କୁ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କାଳନ୍ଦୀ ପରିଡା, ସର୍ବେଶ୍ଵର ପରିଡା, ମୀନକେତନ ପରିଡା, ମିଥୁନ ପାଣି, ପବିତ୍ର ମୋହନ ପରିଡା ପ୍ରମୂଖ ପଚାଶରୁ ଅଧିକ ଚାଷୀ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ । ଚାଷୀମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!