ଫରେଷ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ରେଞ୍ଜ କଲମପୁର ସେକ୍ସନ୍‌ ଫରେଷ୍ଟର ପ୍ରକାଶ ମିଶ୍ରଙ୍କ ସୋମବାର ସନ୍ଧ୍ୟାରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଥୁଆମୂଳ ରାମପୁର ରେଞ୍ଜ କାର୍ଯ୍ୟାଳୟରେ ତାଙ୍କର ମୃତ୍ୟୁ ଘଟିଛି । ବିଭାଗୀୟ କର୍ମଚାରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ଫରେଷ୍ଟର ଶ୍ରୀ ମିଶ୍ରଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମଙ୍ଗଳବାର ବ୍ୟବଚ୍ଛେଦ କରାଯିବାପରେ କାରଣ ସ୍ପଷ୍ଟ ହେବ । ଶ୍ରୀ ମିଶ୍ର କଲମପୁର ଫରେଷ୍ଟର ଥିଲେ, କିଛିଦିନ ହେଲା ତାଙ୍କୁ ଥୁଆମୂଳ ରାମପୁରର ଅତିରିକ୍ତ ଦାଇତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଗତ କିଛିଦିନ ପୂର୍ବରୁ ଜାରିଙ୍ଗ ସେଣ୍ଟ୍ରାଲ ନର୍ସରୀର ରେଞ୍ଜର ଆତ୍ମହତ୍ୟା କରିଥିବାବେଳେ କଲମପୁର ଫରେଷ୍ଟରଙ୍କ ମୃତ୍ୟୁ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.