lika

ଖୋଲାନ ଗ୍ରାମ ପଞ୍ଚାୟତର ଜାମପଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

gbag

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତର ଜାମପଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଠାରେ ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ପଞ୍ଚାୟତ ସ୍ତରୀୟ ସ୍ୱଚ୍ଛତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝୀ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚଙ୍କ ପ୍ରତିନିଧି ତ୍ରିଲୋଚନ ମାଝୀ, ଅନ୍ୟତମ ଅତିଥି ଭାବେ ଶଗଡ଼ ଘାଟ ସିଆର୍‌ସିସି ସୁଶାନ୍ତ କୁମାର ରଥ, ସିଆର୍‌ସିସି ଖୋଲାନ ପଦ୍ମ କିଶୋର ମାଝୀ, ପ୍ରଧାନ ଶିକ୍ଷକ ବିଶ୍ଵନାଥ ମିଶ୍ର ଭାବେ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ସଚେତନତା ବିଷୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଭଳି ପ୍ରତିଯୋଗିତା ଆୟୋଜନ କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ସରପଞ୍ଚ ନରେଶ ଅଗ୍ରୱାଲଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସ୍କୁଲ ଶିକ୍ଷକ ଦିଲ୍ଲୀପ ଗୌଡ଼, କ୍ଷମାନିଧି ଭୂୟାଁ, ଧୀରେନ୍ଦ୍ର ଆଡଯୁଆଡ, ଶିକ୍ଷୟତ୍ରୀ ସବିତା ପଣ୍ଡା, ଆରତୀ ତ୍ରିପାଠୀ, ସ୍ଵୟଂ ପ୍ରଭା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.