ଚାଷ କାର୍ଯ୍ୟ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟକ୍ରମ ସରପଞ୍ଚଙ୍କ ଦ୍ଵାରା ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାଶକ୍ତି ଫାଉଣ୍ଡେସନ୍‌ ଏବଂ ଏଲ୍‌ଟିଆଇ ମାଇଣ୍ଡ ଟ୍ରି ମିଳିତ ଆନୁକୂଲ୍ୟରେ ବରତୁଣ୍ଡା ପଞ୍ଚାୟତର କଲୋନୀ ଗ୍ରାମରେ ଏକ କୃଷି ଉପଯୋଗୀ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ କାର୍ଯ୍ୟରତ ସରପଞ୍ଚ ରିତା ସୁନାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । ଏହି ପୋଖରୀ ପୁନରୁଦ୍ଧାର ହେଲେ ୩୦-୩୫ ଏକଡ଼ ଜମିକୁ ଜଳସେଚନ ପାଇଁ ସୁବିଧା ହେବ ବୋଲି ଚାଷୀମାନେ ମତାମତ ଦେଇଥିଲେ । ଯାହା ରବି ଫସଲ ପାଇଁ ମଧ୍ୟ ବ୍ୟବହାର ହୋଇପାରିବ । ଏହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସରପଞ୍ଚ ଓ ଗ୍ରାମର ଚାଷୀମାନେ ମହାଶକ୍ତି ଫାଉଣ୍ଡେସନ୍‌କୁ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି । ଆଗକୁ କିପରି ଭାବେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଗ୍ରାମର ସମସ୍ତ ପ୍ରକାରର ଯଥା ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷିଭିତ୍ତିକ କାର୍ଯ୍ୟ, ଧନ୍ଦା ମୁଳକ ଶିକ୍ଷା ଓ ଦକ୍ଷତା ପରି ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଅତିରିକ୍ତ ବ୍ଲକ ସଂଯୋଜକ – ଅଜିତ କୁମାର ପୁଟା ଓ ପବିତ୍ର ଭୋଇ ମତ ପ୍ରକାଶ କରିଥିଲେ ଆଉ ବିଶେଷ ସହଯୋଗରେ ସିଆର୍‌ପି – ନଟବର ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.