ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଇସି କ୍ୟାମ୍ପସ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସାହୁ ଚାକିରିରୁ ଅବସର ନେବାରୁ ବିଦ୍ୟାଳୟ ପରିସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସାହୁଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ତାଙ୍କ ବକ୍ତବ୍ୟରେ ଶ୍ରୀମତୀ ସାହୁଙ୍କ ଦାୟିତ୍ଵବୋଧ, ସମାନୁବର୍ତ୍ତିତା, କର୍ତ୍ତବ୍ୟବୋଧ ଓ ଛାତ୍ର ବତ୍ସଳତାକୁ ପ୍ରଶଂସା କରିବା ସହ ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁଙ୍କ କର୍ତ୍ତବ୍ୟନିଷ୍ଠା, ବନ୍ଧୁତ୍ୱପଣ ଓ ତାଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ରୋମନ୍ଥନ କରିଥିଲେ । ଏହା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ମନେପକାଇ ଥିଲେ । ଶେଷରେ ଶ୍ରୀମତୀ ସାହୁ ତାଙ୍କ ବିଦାୟୀ ଅଭିଭାଷଣରେ ତାଙ୍କର ବିଦ୍ୟାଳୟ ସହ ଭାବଗତ ସମ୍ପର୍କ, ସହକର୍ମୀଙ୍କ ଭଲପାଇବା, ଛାତ୍ରଛାତ୍ରୀଙ୍କୁ ଗୁରୁଜନ ଓ ପିତାମାତାଙ୍କ ପ୍ରତି ସମର୍ପିତ ମନୋଭାବ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀମତୀ ସାହୁଙ୍କ ସ୍ୱାମୀ ଜ୍ଞାନ ରଞ୍ଜନ ନାୟକ, ଶିକ୍ଷକ ସୀତାରାମ ସାହୁ, ସୁଜାତା ମିଶ୍ର, ଛବିରାଣୀ ପ୍ରଧାନ, ସୁଜାତା ତ୍ରିପାଠୀ, ସସ୍ମିତା ପଟ୍ଟନାୟକ, ଅଜୟ କୁମାର ରାଉତ, ମୀନତି ଖମାରୀ, ହରିଶଙ୍କର କାମିଲା, ପୂଜା ସ୍ୱାଇଁ, ମମତା ସେନାପତି, ବିଜେୟେନ୍ଦ୍ର କୁମାର ମହନ୍ତ, ସୁରେଖା ନାୟକ, ଯତୀନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.