oom

ବଙ୍ଗୋମୁଣ୍ଡାରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ଟିଟିଲାଗଡ଼ ଚକ୍ଷୁ ଡାକ୍ତରଖାନା ସହଯୋଗରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ସମ୍ମାନିତ ଅତିଥି ରୂପେ ବଙ୍ଗୋମୁଣ୍ଡା ବ୍ଳକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଙ୍ଘର କାର୍ଯ୍ୟକାରୀ ସଭାପତି ଅଶୋକ ଭୋଇ, ସଂପାଦକ ହୁଲେଶ୍ୱର ହଂସ, ଡ଼. ନାରାୟଣ ମିଶ୍ର, ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତୁଳସୀ ରାମ ହଂସ, ପରେଶ ବାଗ ପ୍ରମୁଖ ମଂଚାସୀନ ଥିଲେ । ବଙ୍ଗୋମୁଣ୍ଡା ତଥା ଆଖପାଖ ଗାଁର ପ୍ରାୟ ୧୫୦ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଭଳି ଜନମଙ୍ଗଳ କାମ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ କରୁଥିବା ଯୋଗୁ ଅତିଥିଗଣ ପ୍ରଶଂସା କରିଥିଲେ । ପରମ ପୂଜ୍ୟ ସଦଗୁରୁଦେବ ଶ୍ରୀ କ୍ରୀଷ୍ଣା ଭୈୟାଜି, ଆୟୋଜକ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ଆନନ୍ଦ ଅଗ୍ରୱାଲ, ସନ୍ତୋଷ କୁମାର ତ୍ରିପାଠୀ, ଦୀପକ କୁମାର ପାଣିଗ୍ରାହୀ, ନେତ୍ରାନନ୍ଦ ସାହୁ, ଦୀପକ କୁମାର ଦାସ ଯାଦବ, ସୁଶାନ୍ତ ବେହେରା, କୈଳାସ ଜାଙ୍ଗଡ଼ା, ପୁଷ୍ପକେତୁ ବେହେରା, ମୋହନ ସୋନି, ଲବଣୀ ପୁଟେଲ, ଅଙ୍କିତା ଅଗ୍ରୱାଲ, ଆୟୁଶୀ ପୁଟେଲ, ପ୍ରିୟାଂଶୁ ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.