csstore

ଚିନ୍ମୟ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପି.ଏକାଡେମୀ ଠାରେ ଚିନ୍ମୟ ମିଶନ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀମଦ୍‌ ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସହର ତଥା ଆଖପାଖ ଅଂଚଳରୁ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଚିନ୍ମୟ ମିଶନର ସର୍ବଶ୍ରୀ ଗୋପଳ ଚନ୍ଦ୍ର ମିଶ୍ର ସଭାପତି, ନିଳାଦ୍ରୀ ଶତପଥି ସଂପାଦକ, କିଶୋର ଚନ୍ଦ୍ର ବେହେରା କୋଷାଧ୍ୟକ୍ଷ, ବ୍ରଜ ଭୂଷଣ ଦାଶ ଏବଂ ପ୍ରଦୀପ କୁମାର ମିଶ୍ର, ସନ୍ତୋଷ କୁମାର ବ୍ରହ୍ମା, ସରୋଜ କୁମାର ମିଶ୍ର, ରବିନ୍ଦ୍ର ପାଣ୍ଡିଆ, ମହେଶ ପ୍ରସାଦ ତ୍ରିପାଠି, ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା ପ୍ରମୁଖଙ୍କ ସହଯୋଗରେ ବିଚାରକ ମଣ୍ଡଳି ଭାବେ ସତ୍ୟବନ୍ତ ବେଦବାକ, ପଞ୍ଚାନନ ସାହୁ, କମଳିନୀ ନାଥ, ସତ୍ୟନାରାୟଣ ରଥ, ରାଧେଶ୍ୟାମ ବ୍ରହ୍ମା ଯୋଗ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଗୀତା ପାଠର ଉଦ୍ଦେଶ୍ୟ ବୁଝାଇ ଉତ୍ତମ ରୂପେ ପାଠ କରିଥିବା ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.