ଜନମଙ୍ଗଳ କାମ ପାଇଁ ପ୍ରେସ୍‌ କ୍ଲବକୁ ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ କଲେ ସମ୍ମାନିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ୍‌ କ୍ଲବ ସବୁ ସମୟରେ ଲୋକଙ୍କ ପାଇଁ ଜନମଙ୍ଗଳ କାମ କରିଆସୁଛି । ଏହି ଜନମଙ୍ଗଳ କାମ ପାଇଁ ଜିଲ୍ଲାରୁ ରାଜ୍ୟର ଯାଏ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇସାରିଛି । ତେବେ ଆଜି ବିଶ୍ୱ ହୃଦୟ ଦିବସ ଅବସରରେ ପ୍ରେସ୍‌ କ୍ଲବକୁ ରାୟପୁରରେ ସମ୍ମାନିତ କରାଯାଇଛି । ଏମ୍‌ଏମ୍‌ଆଇ ନାରାୟଣା ହସ୍ପିଟାଲ ପକ୍ଷରୁ ରାୟପୁର ଭଗତସିଂ ଛକ ଠାରେ ୧୩ତମ ବିଶ୍ୱ ହୃଦୟ ଦିବସ ଅବସରରେ ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ୟାମ ବିହାରୀ ଜସୱାଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଟ୍ରାଫିକ ଏଆଇଜି ସଞ୍ଜୟ ଶର୍ମା, ରାୟପୁର ଏସ୍‌ପି ସନ୍ତୋଷ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜସୱାଲ ପ୍ରେସ୍‌ କ୍ଲବର ଏଭଳି ମହାନ କାର୍ଯ୍ୟ ଜାରି ରହୁ ବୋଲି କହିବା ସହ ପ୍ରଶଂସା କରିବା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପ୍ରେସ୍‌ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମ୍ପାଦକ ସୁରଦାସ ବାଗ, ଉପସଭାପତି ସୁବ୍ରତ ମାହାକୁର, ସହ ସମ୍ପାଦକ ବିସିକେଶନ ମାଝୀ, ପରାମର୍ଶଦାତା ଆଶିଷ ଖୈତାନ, ଆନନ୍ଦ ମୋଟେ, ସଦସ୍ୟ ଗଣେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.