csstore

ଛେତଙ୍ଗା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛେତଙ୍ଗା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବ୍ରାହ୍ମଣଡିହି ଉଚ୍ଚ ପାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସିଆର୍‌ସିସି ନିରଞ୍ଜନ ହରିଜନ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନିତା ମହାନନ୍ଦ, ଛେତଙ୍ଗା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକୁମାର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ଭୋଇ ସମୟର ସଦ୍ ବ୍ୟବହାର କରିବା ସହ ନିଜ ଅନ୍ତର୍ନିହିତ ଗୁଣ ଗୁଡିକୁ ପ୍ରକାଶ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଠିକ୍ ସେହିପରି ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଭୁବନେଶ୍ୱରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀଷ୍ମଦେବ ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଡୋଲାମଣି ମାହାର ଯୋଗଦାନ କରିଥିଲେ । ବିଭିନ୍ନ ଦିଗରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିବା ଶିକ୍ଷକ ଭୀଷ୍ମଦେବ ପ୍ରଧାନ, ମହାଦେବ ବେହେରା, ଟିକେଶ୍ୱର ପ୍ରଧାନ ତଥା ଘୁଚାପାଲି ବିଦ୍ୟାଳୟର ପାଚିକା ସହାୟିକା ଶାନ୍ତି କଲାରୀ ଓ ସୁକାନ୍ତି କଲାରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ବାରିକ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଛେତଙ୍ଗା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରକ ଭାବେ ଦାୟିତ୍ୱ ତୁଳାଇଥିଲେ । କାର୍ଯ୍ୟକ୍ରମରେ ବ୍ରାହ୍ମଣଡିହି ଗ୍ରାମର ଜନସାଧାରଣଙ୍କ ସହଯୋଗ ବେଶ୍‌ ପ୍ରଶଂସନୀୟ ହୋଇଥିବା ବେଳେ ଶିକ୍ଷକ ସୁବୋଧ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶେ୍ତରାମ ବରିହା, ଆଶାଲତା ଭୋଇ, ରାଜୀବ ଶବର, ଭୋଜରାଜ ଭୋଇ, ହରିହର ଭୋଇ, ମଣ୍ଟୁ ଭୋଇ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.