oom

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର. (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ କାର୍ଯ୍ୟଳୟର ସଭାଗୃହ ପରିସରରେ ସହରର ସମସ୍ତ ଦୁର୍ଗାପୂଜା କମିଟି ସହ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ପୌରପରିଷଦର ତତ୍ୱାବଧାନରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଧକ୍ଷା ଲିକା ସାହୁଙ୍କ ସଭାପତିତ୍ୱ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏସଡ଼ିପିଓ ପ୍ରଦୀପ କୁମାର ସାହୁ, ଟାଉନ ଥାନା ଆଇ.ଆଇ.ସି. ଅବନୀ ସାହୁ ସହ ସମସ୍ତ ଦୁର୍ଗାପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଆଗକୁ ପାର୍ବଣ ଋତୁ ବିଷୟରେ ଆଲେଚେନା କରିଥିଲେ । ପ୍ରତ୍ୟେକ ସ୍ଥାନ ସହ ଆୟୋଜିତ ଦୁର୍ଗାପୂଜା ସ୍ଥାନ ଗୁଡ଼ିକରେ ସମସ୍ତ ସୁବ୍ୟବସ୍ଥାକୁ ନେଇ ଆଲୋକପାତ କରିଛନ୍ତି। ମୁଖ୍ୟତଃ, ପିଇବା ପାଣି, ଅଳିଆ ଆବର୍ଜନାକୁ ସଫା ରଖିବା ସହ ପୌରପରିଷଦ ତରଫରୁ ସ୍ୱତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଛି। ଯାହା ଆସନ୍ତା ମାସ ୧ ତାରିଖରୁ କେବଳ ଦୁର୍ଗାପୂଜା ପାଇଁ ଉପଲବ୍ଧ ରହିବ। ସମସ୍ତ ପୂଜା କମିଟି ଏହାର ସୁଯୋଗ ନେଇ ଲାଗି ରହୁଥିବା ସମସ୍ୟା ପାଇଁ ଫୋନ କିମ୍ବା ଏସ.ଏମ.ଏସ ମାଧ୍ୟମରେ ସମସ୍ତ ସୁବିଧା ପାଇପାରିବେ । ଅନ୍ୟଅଟେ ପୋଲିସ ପ୍ରଶାସନ ମଧ୍ୟ ପାର୍ବଣ୍ୟ ଋତୁକୁ ଆଇନ ଶୃଙ୍ଖଳା ପ୍ରତି ବିଶେଷ ଗୁରୁତ୍ୱ ଦେଇଛି । ଜନ ଗହଳିର ସୁବ୍ୟସ୍ଥା, ପାର୍କିଂଗ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ସହ ଚୋରି ହାରି ବନ୍ଦ ହେବା ନେଇ ପ୍ରତ୍ୟେକ ଦୁର୍ଗାପୂଜା କମିଟିକୁ ମେଢ଼ ତଥା ପାର୍କିଂଗ ନିକଟସ୍ଥ ସିସି ଟିଭି କେମେରା ଲଗେଇବା ପାଇଁ ପରାମର୍ଶ ଦେଇଛନ୍ତି ଏସଡ଼ିପିଓ ପ୍ରଦୀପ କୁମାର ସାହୁ । ତେବେ ପାର୍ବଣ୍ୟ ଋତୁକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ଓ ସବୁ କ୍ଷେତ୍ରରେ ପୌରପରିଷଦ ଓ ପୋଲିସ ପ୍ରଶାସନକୁ ସାହାଯ୍ୟ ସହଯୋଗର ହାତ ବଢ଼େଇ ମାଁଙ୍କ ପାର୍ବଣ୍ୟ ପର୍ବ ଦୂର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମାପନ ନେଇ ପୌରାଧକ୍ଷା ଲିକା ସାହୁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.