csstore

ବଙ୍ଗୋମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବଙ୍ଗୋମୁଣ୍ଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସିଆର୍‌ସିସି ଜିତାମିତ୍ର ବିଶିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଇଓ ବୈକୁଣ୍ଠ ନାଥ ଶବର, ସମ୍ମାନୀୟ ଅତିଥି ଭାବେ ଏବିଇଓ ଅରୁଣ କୁମାର ଯୋଶୀ, ଚୈତନ୍ୟ ଧରୁଆ, ସୋମନାଥ ମଙ୍ଗରାଜ, ପ୍ରଧାନଶିକ୍ଷକ ହୃଦୟବାନ ଛତ୍ରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅଂଚଳର ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରୋହିତ ରଣା, ହରିରାମ ସତନାମୀ, ବିନୋଦିନୀ ନାଏକ, ଡୋଲାମଣୀ ରଣା, ସାଧୁ ସୁନା, ବେଣୁଧର ସାହୁ, କୃଷ୍ଣ ତାଣ୍ଡି, ସୁଧାକର ସାହୁ, ତିବ୍ରରାଜ ମେହେର, ଦୁର୍ଗାମଣି ରଣା, ସଞ୍ଜୟ ପ୍ରଧାନୀ, ଯୁଦ୍ଧିଷ୍ଠିର ନାଗ, ମମତା ମେହେର, ପଙ୍କଜ ମେହେର, ଭଜମନ ବିଶ୍ୱାଲ, ହେମନ୍ତ ପ୍ରଧାନ, ଶଶିଭୂଷଣ ଖମାରୀ, କାର୍ତ୍ତିକ ଭୁଏ, ଚୈତନ୍ୟ ମହାନନ୍ଦ, ସମ୍ରାଟ ସାହୁ, ରୀତା ଶବର ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ବକ୍ତୃତା, ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍‌, ଚିତ୍ରକଳା, ଶିଳ୍ପକଳା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

jayashree
Leave A Reply

Your email address will not be published.