csstore

ନିପୁଣ ଓଡ଼ିଶାର ଶୁଭ ଉନ୍ମୋଚନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ନିପୁଣ ଓଡ଼ିଶାର ଶୁଭ ଉନ୍ମୋଚନ ସମାରୋହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଦାନନ୍ଦ ଭୋଇ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ସିଆର୍‌ସିସି ଡୋଲାମଣି ମାହାର, ନିତ୍ୟାନନ୍ଦ ଜେନା (ଏନ୍‌. ଜି. ଓ. ସଦସ୍ୟ) ସାମ୍ବାଦିକ ବଡ଼ ଶତପଥି, ସୁରଥ କୁମାର ସାହୁ, ଶିବ ପ୍ରସାଦ ସାହୁ (ସମ୍ପାଦକ ଅହିଂସା କ୍ଲବ) ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରିଥିବା ବେଳେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଲେନ୍ଦ୍ର ବାରିକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅତିଥି ମାନଙ୍କ ଅଭିଭାଷଣ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ନିପୁଣ ଓଡ଼ିଶା ମିଶନ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ପରେ ନିପୁଣ ଓଡ଼ିଶାର ଲୋଗୋ, ମିଶନ ବୁକ୍ଲେଟ, ପୋଷ୍ଟର, ଲିଫ୍ପି ଫ୍ଲେଟ୍ ଆଦିର ଉନ୍ମୋଚନ କରାଗଲା ଏବଂ ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ଗୀତ ଓ ଭିଡ଼ିଓ ପ୍ରଦର୍ଶନ କରାଯାଇ ଏହି ମିଶନର ସଫଳ ରୂପାୟନ ପାଇଁ ସମସ୍ତେ ସଂକଳ୍ପ ନେଲେ । ପରେ ଅତିଥି ମାନେ ମୌଳିକ ସାକ୍ଷାରତା ଓ ସଂଖ୍ୟା ଜ୍ଞାନ ଉପରେ ନିର୍ମିତ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ବୁଲି ଦେଖି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାରିକ ମହୋଦୟଙ୍କ କାର୍ଯ୍ୟକୁ ଦେଖି ବହୁତ୍ ପ୍ରଶଂସା ବ୍ୟକ୍ତ କରିଥିଲେ । ବୈଷ୍ଣବ ପଣ୍ଡା ଓ ମଞ୍ଜୁବାଲା ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ରାଧେଶ୍ୟମ ମେହେର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.