ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସାମୁହିକ ତିଳ ତର୍ପଣ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଶ୍ୱିନୀ କୃଷ୍ଣପକ୍ଷ ଦଶମୀ ତିଥିରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ବୈଦିକ ରୀତି ଅନୁଯାୟୀ ସ୍ଥାନୀୟ ଶ୍ରୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ତିଳ ତର୍ପଣ କରି ପିତୃ ପୁରୁଷଙ୍କୁ ପୂଜାବିଧି କରାଯାଇଥିଲା ଏହି ସାମୁହିକ ତିଳ ତର୍ପଣ ପୂଜାବିଧିରେ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ପଣ୍ଡିତ ଗିରିଧାରୀ ଶତପଥୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରବକ୍ତା ପରିଷଦରେ ସମ୍ପାଦକ ପଣ୍ଡିତ ଶ୍ୟାମ ସୁନ୍ଦର ଦାଶ ସହିତ ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ ଓ ପଣ୍ଡିତ ଶିବ ଶଙ୍କର ଖୁଆସ ସହଯୋଗ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଉପଦେଷ୍ଟା ନୀଳମଣି ମିଶ୍ର ଓ ସତ୍ୟବନ୍ତ ବେଦବାକ, ସଭାପତି ଧନଞ୍ଜୟ ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ସମ୍ପାଦକ ଜୟରାମ ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠନ ସମ୍ପାଦକ କିଶୋର ପୁରୋହିତ, ନଗର ସମ୍ପାଦକ ସଂକୀର୍ତ୍ତନ ତ୍ରିପାଠି, କାର୍ଯ୍ୟକାରୀ ସଦସ୍ୟ ପୁରୁଷୋତ୍ତମ ପଣ୍ଡା, ବରିଷ୍ଠ ସଦସ୍ୟ ଲୋକନାଥ ନେପାକ, ହୃଷିକେଶ ଶତପଥୀ, ନୀଳାଚଳ ହୋତା, କୃପାସିନ୍ଧୁ ମିଶ୍ର, ବିଧୁ ଭୂଷଣ କର, ଆର୍ତ୍ତତ୍ରାଣ ଠାକୁର, ଜଗନ୍ନାଥ ଷଡଙ୍ଗି, ବିରଂଚି ନାରାୟଣ ତ୍ରିପାଠି, ଆଦିକନ୍ଦ ଷଡଙ୍ଗି, କିଶୋର ମୋହନ ମିଶ୍ର ସମେତ ବଲାଙ୍ଗିର ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ରହି ଏହି ପୂଜାବିଧିରେ ଭାଗ ନେଇଥିଲେ ।

Leave A Reply

Your email address will not be published.