ବଲାଙ୍ଗିର ପାଇଁ ଗୌରବ ଆଣିଲେ ଶୁଭମ୍ ଦର୍ଜୀ : ବଲିଉଡ ଡିଭା ଜରିନ୍ ଖାନଙ୍କ ଦ୍ୱାରା ଇଣ୍ଡିଆନ୍ ଡ଼ଜଲିଙ୍ଗ୍ ଆୱାର୍ଡରେ ହେଲେ ସମ୍ମାନିତ

ବଲାଙ୍ଗିର : ଶୁଭମ ଦର୍ଜୀ, ଓଡ଼ିଶା ରାଜ୍ୟର ଏକ ଚର୍ଚ୍ଚିତ ନାଁ । ଯାହାଙ୍କ ପାଇଁ ଆଜି ସାରା ଓଡ଼ିଶା ମାଟି ଗର୍ବିତ । ବଲାଙ୍ଗିର ସହରର ୩୧ ବର୍ଷିୟ ଯୁବ ଉଦ୍ୟୋଗୀ ଶୁଭମ୍ ଦର୍ଜୀ ଗତ ଥର ଭଳି ଏବେ ପୁଣି ଥରେ ବଲାଙ୍ଗିର ମାଟିରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚି ପାରି ସାରା ବଲାଙ୍ଗିର, ପଶ୍ଚିମ ଓଡ଼ିଶା ତଥା ସାରା ଓଡ଼ିଶା ମାଟି ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି । ରିଅଲ୍ ଇଷ୍ଟେଟ୍, ଫିଟନେସ୍, ଏବଂ ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆନ୍ ଡ଼ଜଲିଙ୍ଗ୍ ଆୱାର୍ଡରେ ସେ ସମ୍ମାନିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବଲିଉଡ ଡିଭା ଜରିନ୍ ଖାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୁଭମଙ୍କୁ ଇଣ୍ଡିଆନ୍ ଡ଼ଜଲିଙ୍ଗ୍ ଆୱାର୍ଡରେ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆର ଟପ୍‌ ଉଦ୍ୟୋଗୀ ତଥା ବିଭିନ୍ନ କ୍ଷେତ୍ରରେ କାମ କରି ଉତ୍ତୀର୍ଣ୍ଣ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଓଡ଼ିଶା ମାଟିରୁ କେବଳ ଶୁଭମ ଦର୍ଜୀଙ୍କୁ ହିିଁ ସମ୍ମାନିତ କରାଯାଇଛି । ତେବେ ଏଥିପାଇଁ ଶୁଭମଙ୍କୁ ଚାରିଆଡ଼ୁ ତାଙ୍କ ଶୁଭେଚ୍ଛୁମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି ।

Leave A Reply

Your email address will not be published.