ଚନ୍ଦନଭାଟି ବିଦ୍ୟାଳୟରେ ‘ସୁରଭି’ କାର୍ଯ୍ୟକ୍ରମ ଆୟୋଜିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ଆଞ୍ଚଳିକ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ପାଳିତ ହୋଇଯାଇଛି । କେନ୍ଦ୍ର ବିଦ୍ୟାଳୟ ଚନ୍ଦନଭାଟିରେ ଆୟୋଜିତ ଏହି ଉତ୍ସବକୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଓ ଚନ୍ଦନଭାଟି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପଙ୍କଜିନୀ ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କେନ୍ଦ୍ର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଖମାରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ରୂପେ ରଞ୍ଜନ କୁମାର ପ୍ରଧାନ, ସରୋଜ କୁମାର ନାଏକ, ପ୍ରମୋଦ କୁମାର ପ୍ରଧାନ, ଆଶିଷ କୁମାର ମିଶ୍ର ପ୍ରମୁଖ ମଞ୍‌ଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୧୬ଟି ବିଦ୍ୟାଳୟରୁ ପ୍ରତିଯୋଗୀ ଓ ଶିକ୍ଷକ ଗଣ ଯୋଗଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାକୁ ମହାଦେବ ମେଶ୍ୱା, ପଦ୍ମନାଭ ବୁଡେକ, ସୁଷମା ଭୋଇ, ଜସ୍ମିନ ଜଲି, ଜ୍ୟୋତିରାଣୀ ମହନ୍ତ, ପ୍ରତିଭା ପାଟଯୋଷୀ, ଧର୍ମାନନ୍ଦ ପ୍ରଧାନ, ପହଲ୍ଲାଦ ପାଣିଗ୍ରାହୀ, ମୋନାଲିସା ମିଶ୍ର, ସୁଜାତା ମିଶ୍ର, ସୁନୀତା ସେଠ୍‌, ମମତା ଠେଲା, ଗଙ୍ଗାଧର ସାଏ, ରାମଚନ୍ଦ୍ର ଦୀପ, ପ୍ରଭୁଦତ୍ତ ପ୍ରଧାନ, ପୁରନ୍ଦର ଭୋଇ, କନକଲତା ପାଣିଗ୍ରାହୀ, ହରେକୃଷ୍ଣ ପଟେଲ, ରମାକାନ୍ତ ଦାଶ ଓ ରଘୁନାଥ ଦାଶ ପ୍ରମୁଖ ସହଯୋଗ କରିଥିଲେ । ସିଆର୍‌ସିସି ବେଣୁଧର ମାଝୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.