ଅବ୍ୟବସ୍ଥା ଘେରରେ ବଉଳଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମପଞ୍ଚାୟତର ବଉଳଗାଁ ଗ୍ରାମରେ ୧୯୫୦ ମସିହାରେ ସ୍ଥାପିତ ସରକାରୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟରେ ଶିକ୍ଷାଦାନ ଓ ପାଠପଢ଼ା ଅଚଳ ହୋଇଯାଇଛି । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅବହେଳା ଏହି ଶିକ୍ଷାନୁଷ୍ଠାନରେ ଷଷ୍ଠ ଶ୍ରେଣୀରେ ୨୪ ଜଣ ଛାତ୍ରଛାତ୍ରୀ ପଢୁଥିଲା ବେଳେ ସପ୍ତମ ଶ୍ରେଣୀରେ ୨୮ ଜଣ ବିଦ୍ୟାର୍ଥୀ ପାଠ ପଢୁଥିଲା ବେଳେ ଅଷ୍ଟମ ଶ୍ରେଣୀରେ ୩୩ ଜଣ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରନ୍ତି ସମୁଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଲା ୮୫ ଜଣ ସେଥି ମଧ୍ୟରୁ ୪୫ ଜଣ ଛାତ୍ରୀ ଥିବା ବେଳେ ୪୦ ଜଣ ଛାତ୍ର ବିଡମ୍ବନାର ବିଷୟ ଏହି କି ଯେ, ଏହି ଶିକ୍ଷା ଅନୁଷ୍ଠାନରେ ସରକାରୀ ନିୟମ ଅନୁସାରେ ୩ରୁ ୪ ଜଣ ଶିକ୍ଷକ ଅବସ୍ଥାପିତ ହେବା ସ୍ଥଳେ ଏକ ମାତ୍ର ଶିକ୍ଷକ ତିନୋଟି ଶ୍ରେଣୀରେ ଶିକ୍ଷାଦାନ କରୁଛନ୍ତି ଯାହା ଫଳରେ ସମ୍ପୂର୍ଣ୍ଣ ଭାବରେ ଶିକ୍ଷା ବ୍ୟବସ୍ତା ଭୁଶୁଡି ପଡିଛି ଏବଂ ଯଉଁ ଜଣେ ଶିକ୍ଷକ ଶିକ୍ଷାଦାନ ଦେଉଛନ୍ତି ସିଏ ମଧ୍ୟ ଅନ୍ୟ ସ୍କୁଲର ଡେପୁଟେସନରେ ଆସି ଶିକ୍ଷାଦାନ କରୁଛନ୍ତି ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହଇଯାଉଛି ଗ୍ରାମବାସୀଙ୍କ ତରଫରୁ ସରପଞ୍ଚ ଶ୍ରମତି ପ୍ରତିମା ଦାସ ଓ ସମିତି ସଭ୍ୟ ରାମଚନ୍ଦ୍ର ପରିଡା ଓ ଗ୍ରାମବାସୀ ମିଳିତ ହୋଇ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି ଜଣାଇଛନ୍ତି ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.