ଗୁଦେରପାଲି କଲେଜରେ ରେଡ୍‌କ୍ରସ୍‌ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରେଡ୍‌କ୍ରସ୍‌ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପରିଚାଳନା କମିଟିର ସଂପାଦକ ଚାଷୀନେତା କିଶୋର ଚନ୍ଦ୍ର ଦେବତା, ଜିଲ୍ଲା ରେଡ୍‌କ୍ରସ୍‌ ସଂଯୋଜକ ଡ. ପରମାନନ୍ଦ ରଥଙ୍କ ସମେତ ଜେ.ଡି ମହିଳା ମହାବିଦ୍ୟାଳୟ, କଦଲୀପାଲିର ଓଡିଆ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ଡ. ରଥ ବୃକ୍ଷରୋପଣ କରିଥିଲେ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ରେଡ୍‌କ୍ରସ୍‌ର ମହତ୍ତ୍ଵ ତଥା ରେଡ୍‌କ୍ରସ୍‌ର ଉପକାରିତା ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଲୋପାମୁଦ୍ରା ପ୍ରଧାନ, ଅଧ୍ୟାପକ ପ୍ରତାପ ହଂସ, ମୁକେଶ ସାହୁ, ଚମ୍ପଶ୍ୱର ସେଠ, ହେତୁ ପାତ୍ର, ଲିଙ୍ଗ ହାତୀ, ଜୟଦେବ ବିଶ୍ୱାଲ ସାହାର୍ଯ୍ୟ କରିଥିଲେ । ୟୁଥ ରେଡ୍‌କ୍ରସ୍‌ କାଉନ୍‌ସିଲର ଅଧ୍ୟାପକ ଅର୍ଚ୍ଚନା ଦାଶ ଓ ନରେନ୍ଦ୍ର ଦେହେରୀ ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ରେଡ୍‌କ୍ରସ୍‌ ସହ ଜଡିତ ହେବାପାଇଁ କହିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲେ ।

Leave A Reply

Your email address will not be published.