ପୋଲସରା ନିକଟ ସୋଡ଼କ ଗ୍ରାମରେ ଫୁଲଢିମ୍ବିରି ପାହାଡ଼ରେ ମାଫିଆରାଜ୍‌ଙ୍କ ବେଆଇନ୍ ପଥର ବ୍ଲାଷ୍ଟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୋଲସରା ତହସିଲ ଅଧୀନସ୍ଥ ସୋଡ଼କ ଗ୍ରାମ ନିକଟରେ ଥିବା ସର୍ବପୁରାତନ ଫୁଲଢିମ୍ବିରି ପାହାଡ଼ରେ ମାଫିଆମାନେ ରାଜ୍‌ ଚାଲିଆସିଛନ୍ତି, ସେମାନେ ବେଆଇନ୍ କେଉଁ ମାନ୍ଧାତା ଅମଳରୁ ପଥର ବ୍ଲାଷ୍ଟ କରି ପଥର ବାହାରକୁ ଚାଲାଣ କରି ମାଫିଆମାନେ କୋଟିପତି ହୋଇଯାଇଛନ୍ତି । ପଥର ଦେହରେ ଡିନାମାଇଟ ଖଞ୍ଜି ବେଆଇନ୍ ଭାବେ ପଥର ଫୁଟାଉଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଫଳରେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଗ୍ରାମବାସୀ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ଗୁରୁବାର ଶତାଧିକ ପୁରୁଷ ଓ ମହିଳାମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ପଥରଫଟା ବନ୍ଦ କରିବାକୁ ଦାବୀ କରିଥିଲେ । ଗ୍ରାମବାସୀ କହିଛନ୍ତି, ବାରମ୍ବାର ଅଭିଯୋଗ ପରେ ଦୁଇବର୍ଷ ହେଲା ପାହାଡ଼ ଲିଜ୍ ବନ୍ଦ ରହିଥିଲା । କିନ୍ତୁ ବର୍ତମାନ ପୁଣି ଥରେ ଲିଜ୍‌କୁ ନେଇ ବିବାଦ ଦେଖାଦେଇଛି । ଜଣେ ଲିଜ୍ ଧାରୀ ପଥର ଫଟାଉଥିବାରୁ ଜନବସତି ଅଞ୍ଚଳରେ ପ୍ରଦୂଷଣ ବଢୁଛି ଯେତିକି ସେତିକି ବିପଦ ପୂର୍ଣ୍ଣ ଦେଖାଦେଇଛି । ଘର ଓ ମନ୍ଦିରରେ ଫାଟ ସୃଷ୍ଟି ହେବା ସହ ପରିବେଶ ଉପରେ କୁପ୍ରଭାବ ପଡୁଛି କେବଳ ଏତିକି ନୁହେଁ, କ୍ରସର୍‌ର ମାଲ ପରିବହନ ପାଇଁ ବ୍ୟବହୃତ ହାଇୱା- ଯାତାୟାତ କରୁଥିବାରୁ ରାସ୍ତା ନଷ୍ଟ ହେଉଛି । ଏଣୁ ଉକ୍ତ କ୍ରସର୍ ସେଠାରୁ ବନ୍ଦ କରିବା ଓ ପାହାଡ଼ର ସୁରକ୍ଷା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଏହାପୂର୍ବରୁ ଗ୍ରାମବାସୀ ଗତ ୨ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଓ ପୋଲସରା ଥାନା ଆଇ.ଆଇ.ସି. କୌଶିକ ମାଝୀ ଓ ତହସିଲଦାର ରୁବି ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.