ବର୍ଷା ସତ୍ୱେ ଶେଷ ହେଲା ଲମ୍ବରଜୁନା ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚାରପାଲି କ୍ଲଷ୍ଟରର ସଂଯୋଜକ ସୁଦାମ ବିଶିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲମ୍ବରଜୁନା ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ସରପଞ୍ଚ ଶ୍ରୀମତୀ କ୍ଷୀରାଦ୍ରି ପ୍ରଧାନ, ସମ୍ମାନିତ ଅତିଥି ଇନ୍ଦ୍ରଜିତ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ରାଜେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିଲେ । ସରସ୍ୱତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସାରିଲା ପରେ ବକ୍ତୃତା, ଗୀତ, ତର୍କ, ଗଳ୍ପ କଥନ, ଅଙ୍କ ଦୌଡ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସବୁଠାରୁ ଆକର୍ଷଣୀୟ ପ୍ରତିଯୋଗିତା ହୋଇଥିଲା ଲୋକ ନୃତ୍ୟ । ପ୍ରବଳ ବର୍ଷା ସତ୍ୱେ ଏହି ଲୋକ ନୃତ୍ୟ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦେଖଣାହାରି । ଏହି ଅବସରରେ ନାଟ୍ୟକାର ତଥା ଶିକ୍ଷକ ରାଜେନ୍ଦ୍ର କୁମାର ମହାନ୍ତିଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ ପୁଞ୍ଜି ସଭାପତି ରୂପେ ଯୋଗଦେଇ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ରତ୍ନାକର ଶତପଥି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.