ବେହେରାମାଲ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟରର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ବେହେରାମାଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ବେହେରାମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଦାଶରଥି ଖମାରୀ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ସୃଜନଶୀଳତାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଡୁଙ୍ଗୁରିପାଲି ସାମ୍ବାଦିକ ସଂଘର ରତ୍ନାକର ସେଟ, ବରିଷ୍ଠ ନାଗରିକ ତ୍ରିଲୋଚନ ପଧାନ, ସମାଜ ସେବୀ ଅଭ୍ୟାଗତ ପଧାନ, ଲିଙ୍ଗମାର୍ଣ୍ଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନାତନ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । କ୍ଲଷ୍ଟରର ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପ କନିଷ୍ଠ, କନିଷ୍ଠ, ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନା ଲିଖନ, ସୃଜନଶୀଳ ଲିଖନ, କୁଇଜ୍‌, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ପ୍ରବନ୍ଧ ଲିଖନ, ତର୍କ, ବକ୍ତୃତା ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ସୁଦାମ ଖମାରୀ, ଉମାକାନ୍ତ ମେହେର, ସାତ୍ଵିକ ସୁନା, ଶାନ୍ତନୁ ବାରିକ, ଶିକ୍ଷକ ଚଉବର୍ଗ ପଧାନ, ଦୀନବନ୍ଧୁ ମେହେର, ତୋଷବନ୍ତ ସେଟ, ବିଭୁତି ପୂଜାରୀ, ଶିକ୍ଷୟିତ୍ରୀ ମଧୁମିତା ବିଶ୍ୱାଳ, ସସ୍ମିତା ପାତ୍ର, ମିନାକ୍ଷୀ ସାଓ, ସରସ୍ୱତୀ ମେହେର, ବବିତା ସାହୁ, ସନ୍ତୋଷିନୀ ସେଠି, ମିନା ପଧାନ, ସୁନିତା ନାଏକ, କୁମାରୀ ମନୋରମା, ପୁରାତନ ଛାତ୍ର ସୁବୋଧ ସାହୁ, ଜଲେନ୍ଦ୍ର ପଧାନ, ପ୍ରକାଶ ରଥ, ନରେନ୍ଦ୍ର ପଧାନ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଧାନ ଶିକ୍ଷକ ମୁରାରୀ ରଥ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁନୀଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.