ରୋଟାରୀ କ୍ଲବ ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନାଚକ୍ର ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନର ଅଧ୍ୟକ୍ଷ ପିଡିଜି ରୋଟାରୀୟାନ୍‌ ଫକୀର ଚରଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଭାରତର ମୌଳିକ ଶିକ୍ଷା ଏବଂ ସାକ୍ଷରତା କ୍ଷେତ୍ରରେ ରୋଟାରୀ ସେବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏଥିରେ ଅତିଥି ବକ୍ତା ଭାବେ ସୁନ୍ଦରଗଡ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ ଶର୍ମା, ରୋଟାରୀ କ୍ଲବର ଏଫ ରାଉରକେଲା ରିଭେର ସାଇଡର ଆଡଲ୍ଟ ଏଜୁକେସନର ଚେୟାରମ୍ୟାନ୍ ପିପି ରୋଟାରୀୟାନ୍‌ ସିଦ୍ଧିନାଥ ଜ୍ୟୋତିଷୀ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଶିକ୍ଷା ସହ ପିଲାଙ୍କ ମଧ୍ୟରେ ସୃଜଶୀଳତା, କୁଶଳତା ବୃଦ୍ଧି ଦିଗରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ରାଉରକେଲା ଷ୍ଟିଲସିଟି ରୋଟାରୀ କ୍ଲବ୍‌ର ଟେକ୍ନିକାଲ କମିଟି ଚେୟାରମ୍ୟାନ୍‌ ପିପି ରୋଟାରୀୟାନ୍‌ ସୁଚିସ୍ମିତା ବିଶ୍ୱାସ ମୋଡରେଟ୍‌ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃପାସିନ୍ଧୁ ବେହୁରିଆ ଓ କଳ୍ପନା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ସମ୍ପାଦିକା ରୋଟାରୀଆନ ଡ. ସରିତା ମଲ୍ଲଙ୍କ ସମେତ ଉପସଭାପତି ରୋଟାରୀୟାନ୍‌ ଲଳିତା ମୁଦାଲି, ରୋଟାରୀୟାନ୍‌ ଏଜି ସଞ୍ଜୟ ପୁରୋହିତ, ଆଲେକଜାଣ୍ଡାର ଡିସୌଜା, ଆନାବେଲ ଡିସୌଜା, ପୁନମ କାପୁର, ବୀଣାପାଣି ରଥ, ରଶ୍ମି ନାୟକ, ଟୁନିଦେବୀ ସାହୁ, ପ୍ରତିଭା ଦେବୀ, ଅନିତା ନାୟାର, ପ୍ରଫୁଲ୍ଲ କୁମାର ପତି, ଦିଲ୍ଲିପ ଭୂଇ, ସୀମାଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରୋଟାରୟାନ୍‌ ବିଭୁପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.