କାଦୁଅ ଫିଙ୍ଗା ନୀତିରେ ଚାଲିଛି ଗୁଦେରପାଲି ଗ୍ରାମପଞ୍ଚାୟତ : କିଏ ସ୍ୱଚ୍ଛ କିଏ ନିର୍ମଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଗତ ଏଗାର ବାର ବର୍ଷ ପୂର୍ବରୁ ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା, ତାର ଉଚ୍ଚ ସ୍ତରୀୟ ତଦନ୍ତ ଯୋଗୁଁ ଚର୍ଚ୍ଚାରେ ରହିଆସୁଛି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ । ଗାଁ ପରିମଳ ଧୋବା ତୁଠରୁ ସଦୃଶ ଗୁଦେରପାଲି ଗାଁ ମୁଣ୍ଡରେ ୨୦୧୬ ମସିହାରୁ ଅତି ନିମ୍ନ ମାନରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଛି ଦୁଇ ମହଲା ବିଶିଷ୍ଟ ଏକ କଲ୍ୟାଣ ମଣ୍ଡପ । ସେହିପରି ଗୁଦେରପାଲି ବସ୍‌ଷ୍ଟାଣ୍ଡ ପରିଶରରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଏକ ମାର୍କେଟ କମ୍ପ୍ଲେକ୍ସର ମଝି ଭାଗରେ କାନ୍ଥ ଦେଇ ଅତି ନିମ୍ନ ମାନରେ ନିର୍ମାଣ କରିଦେଲେ ଏକ ଗୋଷ୍ଠୀ ଶୌଚାଳୟା ଯାହାକି ବ୍ୟବହର ଉପଯୋଗୀ ନୁହେଁ । ଏହିପରି ପୂର୍ବରୁ ହୋଇଥିବା ଅନେକ ଗୁଡାଏ ଦୁର୍ନୀତିର ତଦନ୍ତ ପାଇଁ ଜିଲ୍ଲାପାଳ ବରଗଡ ପାଖରେ ଅଭିଯୋଗ କରିଥିଲେ ତତ୍କାଳୀନ ସରପଞ୍ଚ । ଜବାବରେ ଗୁଦେରପାଲି ଗାଁର କୁଲ୍ଲାମୁଣ୍ଡା ପୋଖରୀର ଗାଧୁଆ ତୁଠ ବା ପାହାଁଚ ନିର୍ମାଣ, ବେହେରାବାହାଲି ଗାଁର ଜାମମୁଣ୍ଡାରେ ନିର୍ମାଣ ହୋଇଥିବା ପାହାଁଚ ବା ଗାଧୁଆ ତୁଠ ନିର୍ମାଣ, ଗୁଦେରପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମରାମତି, କେତେକ କାମ ନକରି କିମ୍ବା ଗୋଟିଏ କାମର ଦୁଇ ଦୁଇଥର ଟଙ୍କା ଉଠାଇଥିବା ଏପରି ଅନେକ ଅଭିଯୋଗ ତତ୍କାଳୀନ ସରପଞ୍ଚଙ୍କ ନାମରେ ଆଣିଛନ୍ତି ପୂର୍ବତନ ସରପଞ୍ଚ । ଏପରି ଦୁହେଁ ଦୁହିଁଙ୍କୁ କାଦୁଅ ଫିଙ୍ଗାଫୁଙ୍ଗି ହେଉଥିବା ଦେଖିବାକୁ ମିଲୁଛି । ସବୁଠାରୁ ରୋଚକ ତଥ୍ୟ ଯେ, ସେ ସମୟରେ ପୂର୍ବତନ ସରପଞ୍ଚ ପଦରେ ଥିଲାବେଳେ ତତ୍କାଳୀନ ସରପଞ୍ଚ ସେହି ପଞ୍ଚାୟତର ସମିତି ସଭ୍ୟ ମଧ୍ୟ ଥିଲେ । ଉଭୟେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସକ୍ରିୟ ସଦସ୍ୟ ସଦସ୍ୟା ମଧ୍ୟ ଅଟନ୍ତି । ଏସବୁ ତାଙ୍କୁ ବଦନାମ କରିବାକୁ ପୂର୍ବତନ ସରପଞ୍ଚ ତାଙ୍କ ନାମରେ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ମୁଲକ ଭାବେ ଅଭିଯୋଗ ଆଣିଛନ୍ତି ବୋଲି ମତ ରଖିଛନ୍ତି ତତ୍କାଳୀନ ସରପଞ୍ଚ । ଏସବୁ ଦେଖି ସାଧାରଣ ଭୋଟର ଦ୍ୱନ୍ଦରେ ପଡିଗଲେଣି ଯେ, କେଉଁ ସରପଞ୍ଚ ସ୍ୱଚ୍ଛ ଏବଂ କିଏ ନିର୍ମଳ । ଏବିଷୟରେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀଙ୍କୁ ଯୋଗାଯୋଗ କରିବାରୁ ସମସ୍ତ ଅଭିଯୋଗର ତଦନ୍ତ ଚାଲିଛି ବୋଲି କହିଥିଲେ । ଗୁଦେରପାଲି ଗ୍ରାମପଞ୍ଚାୟତରେ ହୋଇ ଆସୁଥିବା ସମସ୍ତ ଦୁର୍ନୀତିର ତଦନ୍ତ ହୋଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.