ମୁରିବାହାଲ ଡ଼ିଗ୍ରୀ କଲେଜରେ ଜାତୀୟ ସେବା ଶିବିର ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ଜାତୀୟ ସେବା ଶିବିର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବରିଷ୍ଠ ଅଧ୍ୟାପକ ଦିଲୀପ କୁମାର ପଶାୟତ, ସୋମେଶ ଦତ୍ତ ହୋତା, ଘନଶ୍ୟାମ ଖମାରୀ, ପ୍ରେମଚାନ୍ଦ ତାଣ୍ଡି ଓ ଜାତୀୟ ସେବା ଶିବିରର ପ୍ରୋଗ୍ରାମ ଅଫିସର ଛନ୍ଦାଚରଣ ଖୁଣ୍ଟିଆ ମଂଚାସୀନ ଥିଲେ । ସଭା ସଂଯୋଜନା କରିଥିଲେ ଛାତ୍ର ରାକେଶ ପୃଷ୍ଟି ଓ ଧନ୍ୟବାଦ ଅର୍ପଣ କରିଥିଲେ ବିକାଶ ରଣା । ଏହି ଅବସରରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ତରଫରୁ ହୋଇଥିବା ପ୍ୟାରେଡରେ ପ୍ରୀତମ ବଘାର ଓ ମାନସୀ ସାହୁ ମନୋନୀତ ହୋଇଥିବାରୁ ଉଭୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.