centurian jitm

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁଥ୍ ରେଡ୍‌କ୍ରସ୍ ଓ ଏନ୍‌ଏସ୍‌ଏସ ୟୁନିଟ୍‌ର ମିଳିତ ସହଯୋଗରେ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟର ରାଜେନ୍ଦ୍ର କୁମାର ମିଶ୍ର ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଏନ୍‌ଏସ୍‌ଏସ୍‌ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ୍ କୁମାର ଭୋଇ ଏବଂ ୟୁଥ୍ ରେଡ୍‌କ୍ରସ୍‌ର ଜିଲ୍ଲା ପରାମର୍ଶ ଦାତା ଓ ଦଇତାରୀ ପୁଝାରୀ ଅତିଥି ରୂପେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ ମହାବିଦ୍ୟାଳୟର ୟୁଥ୍ ରେଡ୍‌କ୍ରସ୍‌ର ପରାମର୍ଶଦାତା ଅଧ୍ୟାପକ ପ୍ରଦୀପ୍ତ ବଲ୍ଲଭ ପାଣିଗ୍ରାହୀ ଏବଂ ଏନ୍‌ଏସ୍‌ଏସ୍‌ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଯୁଧିଷ୍ଟିର ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ ବ୍ୟାଙ୍କ୍ ଅଧିକାରୀ ସହୟୋଗ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ମୋଟ୍ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଗଲା । ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଜସ୍ମିନ କୁମାରୀ ନନ୍ଦ, ରାଜନୀତି ବିଜ୍ଞାନ ଅଧ୍ୟାପିକା ବର୍ଷ ପଟେଲ, ଶିକ୍ଷା ବିଭାଗ ଅଧ୍ୟାପିକ ଗାର୍ଗୀ ମିଶ୍ର, ଗ୍ରନ୍ତାଧିକ୍ଷ ପ୍ରିତମ କୁମାର ପଣ୍ଡା, କ୍ରୀଡା ଅଧ୍ୟାପକ ରଘୁନାଥ ଭୋଇ, କିରାଣୀ ରମାଇ ସିଂ, ପିଅନ ପ୍ରଭାତ କୁମାର ବେହେରା, ଭଗବାନ ରାଉତ୍, ରାତ୍ରି ଜଗୁଆଳି ଶିବ ପଟେଲ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.