ଜେନିଥ ଲାୟନ୍ସ ଗୁରୁକୁଳରେ ରେଡ଼କ୍ରସ ସ୍ୱେଚ୍ଛାସେବୀ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳରେ ଜୁନିଅର ରେଡ଼କ୍ରସ ୟୁନିଟ ପ୍ରଥମ କରି ଗଠନ କରାଗଲା । ଅଧ୍ୟକ୍ଷ ଡ. ମନୋଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଏମ୍‌. ଡି. ଜାବେଦ ସାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁନିଅର ରେଡ଼କ୍ରସ ସ୍ୱେଚ୍ଛାସେବୀ ମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ସମାଜସେବୀ ଚୁଳସୁନ୍ଦର ମେହେର, ସୋନପୁର ଜୁନିୟର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ବରଗଡ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଫିସର ହେମନ୍ତ କୁମାର ସାମଲ, ରାଜ୍ୟସ୍ତରୀୟ ସାଧନକର୍ମୀ ରାମ ନାରାୟଣ ଦାଶ, ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ବନମାଳୀ ମେହେର ଓ ରୁଦ୍ରାନନ୍ଦ ବାରିକ ଯୋଗଦେଇ ପ୍ରାଥମିକ ଚିକିତ୍ସା ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟେସନ ମାଧ୍ୟମରେ ରିକୋଭରି ପୋଜିସନ, ସକ୍, ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ, ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ । ବିଜ୍ଞାନ ସମ୍ମତ ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ । ଏହି ଅବସରରେ ଛତ୍ରଛାତ୍ରୀ ମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସତ୍ୟସିନୀ ବାରିକ ଉପସ୍ଥିତ ଥିଲେ । ପରିଶେଷରେ ଉପାଧ୍ୟକ୍ଷ ଡ. ଡିଲେଶ୍ଵର ସାହୁ ସମାଜରେ ରେଡ଼କ୍ରସର ସ୍ୱେଚ୍ଛାସେବୀ ମାନଙ୍କ ଆବଶ୍ୟକତା ବିଷୟରେ ବର୍ଣ୍ଣନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!