କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍‌ଶଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ସୁଲଭ, ସୁଗମ ଏଂବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମର ଦୃଢ଼ ସହଭାଗିତାକୁ ପ୍ରତିଫଳିତ କରୁଛି । କୋଭିଡ୍ ମହାମାରୀ ସମୟରେ, ଆମେ ଇଣ୍ଡୋ-ପାସିଫିକ୍ ପାଇଁ ‘କ୍ୱାଡ ଭ୍ୟାକ୍ସିନ୍ ଇନିସିଏଟିଭ୍’ (କ୍ୱାଡ୍ ଟିକା ପଦକ୍ଷେପ) ଗ୍ରହଣ କରିଥିଲୁ ଏବଂ ମୁଁ ଖୁସି ଯେ, କ୍ୱାଡରେ ଆମେ ଗର୍ଭାଶୟ କର୍କଟ ପରି ଆହ୍ୱାନକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଛୁ । କର୍କଟ ରୋଗର ଯତ୍ନ ଏବଂ ଆରୋଗ୍ୟ ପାଇଁ ସହଯୋଗ ଜରୁରୀ । କର୍କଟ ରୋଗର ଭାର କମାଇବା ପାଇଁ ପ୍ରତିରୋଧ, ସ୍କ୍ରିନିଂ, ନିରାକରଣ ଏବଂ ଚିକିତ୍ସାର ଏକ ସମନ୍ୱିତ ଉପାୟ ଆବକଶ୍ୟକ । ଭାରତରେ ଏକ ବହୁମୂଲ୍ୟ ପ୍ରଭାବଶାଳୀ ଗର୍ଭାଶୟ କର୍କଟ ସ୍କ୍ରିନିଂ ପ୍ରୋଗ୍ରାମ ଚାଲିଛି । ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ସ୍ୱତନ୍ତ୍ର କେନ୍ଦ୍ର ମଧ୍ୟ ସୃଷ୍ଟି କରାଯାଇଛି । ଗର୍ଭାଶୟ କର୍କଟ ପାଇଁ ଭାରତ ମଧ୍ୟ ନିଜର ଟିକା ପ୍ରସ୍ତୁତ କରିଛି ଏବଂ ଏଆଇ ସାହାଯ୍ୟରେ ନୂଆ ଚିକିତ୍ସା ପ୍ରୋଟୋକଲ୍ ମଧ୍ୟ ଆରମ୍ଭ କରାଯାଉଛି । ଭାରତ ନିଜର ଅଭିଜ୍ଞତା ଏବଂ ବିଶେଷଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଅଛି । ଆଜି ଏହି କାର୍ଯ୍ୟକ୍ରମରେ କର୍କଟ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତର ବହୁ ବିଶେଷଜ୍ଞ ଆମ ସହ ଯୋଗ ଦେଇଛନ୍ତି । ଭାରତର ଦୃଷ୍ଟିକୋଣ ହେଉଛି, ‘ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ’ । ଏହି ଚିନ୍ତାଧାରା ସହ ମୁଁ ମୁନ୍‌ଶଟ୍ ପଦକ୍ଷେପ ଅର୍ନ୍ତଗତ ୭.୫ ମିଲିୟନ୍ ଡଲାରର ସାମ୍ପଲିଂ କିଟ୍ସ, ଡିଟେକ୍ସନ୍ କିଟ୍ସ ଏବଂ ଟିକାର ସହଯୋଗ ଦେବା ପାଇଁ ଘୋଷଣା କରୁଛି । ରେଡିଓଥେରାପି ଚିକିତ୍ସା ପଦ୍ଧତି ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ ଭାରତ ସହଯୋଗ ଦେବ । ମୁଁ ଖୁସି ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶମାନଙ୍କ ପାଇଁ ଜିଏଭିଆଇ ଏବଂ କ୍ୱାଡ ପଦକ୍ଷେପ ଅନୁଯାୟୀ, ଭାରତରୁ ୪୦ ନିୟୁତ ଟିକା ଡୋଜ୍ ଯୋଗାଇ ଦିଆଯିବ । ଏହି ୪୦ ନିୟୁତ୍‌ ଟିକା ଡୋଜ୍ କୋଟି କୋଟି ଲୋକଙ୍କ ଜୀବନରେ ଆଶାର କିରଣରେ ପରିଣତ ହେବ । ଯେହେତୁ ଆପଣ ଦେଖିଥିବେ, ଯେତେବେଳେ କ୍ୱାଡ କାର୍ଯ୍ୟ କରେ, ଏହା କେବଳ ରାଷ୍ଟ୍ରମାନଙ୍କ ପାଇଁ ନୁହେଁ – ଏହା ଲୋକଙ୍କ ପାଇଁ । ଏହା ହେଉଛି ଆମର ମାନବ କୈନ୍ଦ୍ରୀକ ଆଭିମୁଖ୍ୟର ପ୍ରକୃତ ମହତ୍ତ୍ୱ ।

Leave A Reply

Your email address will not be published.

error: Content is protected !!