ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଡ଼ଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ମନୋଜ କୁମାର ଦାଶ ଅତିଥି ତଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଆଦରର ସହ ପାଛୋଟି ନେଇଥିଲେ । ସଭାରେ ରବିଶଙ୍କର ପଧାନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ କର କାମଳରେ ବାୠଦେବୀ ସରସ୍ୱତୀ ଓ ଶ୍ରୀ ଗଣେଶଙ୍କୁ ପୂଜା କରି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ସମ୍ୱନ୍ଧରେ ଆଲୋକପାତ କରିଥିଲେ । ୨ ସାଧନ କର୍ମୀ ତଥା ପ୍ରଧାନ ଶିକ୍ଷକ ଗୋପାଳଜୀ ପାଣିଗ୍ରାହୀ ଓ ରାଜେଶ କୁମାର ଖମାରି ଯଥାକ୍ରମେ ବିଦ୍ୟାଳୟରେ ବିଜ୍ଞାନ ତଥା ଖେଳ ସମ୍ୱନ୍ଧୀୟ କାର୍ଯ୍ୟକ୍ରମକୁ କିପରି ସୁଚାରୁ ଭାବେ ତୁଲାଇ ହେବ ସେ ବିଷୟରେ ଆଲୋକପାତ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସମସ୍ତ ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଶ୍ରେଣୀ କକ୍ଷକୁ ଯାଇ ଉତ୍ସାହିତ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ । ଲାଇବ୍ରେରୀ ଓ ବିଜ୍ଞନାଗାର ପ୍ରଦର୍ଶନ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ଅନ୍ୟାନ୍ୟ ବିଷୟ ଆଲୋଚନା କରିଥିଲେ । ଶେଷରେ ଜମଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତ୍ରେନ୍ଦୀୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.