୨୫ କିଲୋ ଗଞ୍ଜେଇ ଜବତ : ୨ ମହିଳା ଗିରଫ

ବୈପାରୀଗୁଡା : ଅଟୋରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୨୫ କିଲୋ ଗଞ୍ଜେଇ ଜବତ ଏଥିରେ ସମ୍ପୃକ୍ତ ଥିବା ୨ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ମହିଳା ଲଷ୍ମୀପୁରର ସନ୍ଧ୍ୟା ହରିଜନ ଓ ସାବିତ୍ରୀ ବାଲାଜୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, କେନ୍ଦୁପଡା ରାସ୍ତାରେ ଅବକାରୀ ବିଭାଗ ଓଆଇସି ଭଗବାନ ମହାନନ୍ଦିଆଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ ଚାଲିଥିଲା । ଏହି ସମୟରେ କେନ୍ଦୁପଡାରୁ ବୈପାରୀଗୁଡା ଅଭିମୁଖେ ଏକ ଅଟୋ କ୍ଷିପ୍ରଗତିରେ ଆସୁଥିଲା । ଏହାକୁ ସନ୍ଦେହ କରି ଅବକାରୀ ବିଭାଗର କର୍ମଚାରୀ ଉକ୍ତ ଅଟୋକୁ ଅଟକାଇଥିଲେ । ଏହା ଦେଖି ଘଟଣାସ୍ଥଳରୁ ଅଟୋ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଥିଲା । ତେବେ ଅଟୋରେ ଥିବା ୨୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏଥି ସହିତ ସମ୍ପୃକ୍ତ ଗିରଫ ଥିବା ଅଭିଯୁକ୍ତଙ୍କୁ ଜୟପୁର କୋର୍ଟ ଚଲାଣ କରାଯାଇଛି ।

Leave A Reply

Your email address will not be published.

error: Content is protected !!