ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ‌‌‌‌‌‌‌

ସାଲେପୁର, (କେପିଏନ୍‌ଏସ୍‌) : ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲ ପରିସରରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସ୍ଥାନୀୟ ଅଲିପୁର ଗ୍ରାମର ପବିତ୍ର ସାମଲଙ୍କ ଏକ ମାତ୍ର ବିବାହିତ ପୁଅ ମନୋଜ ସାମଲ ଅନ୍ୟଏକ ଝିଅକୁ ସାଙ୍ଗହୋଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘରେ ମନୋଜଙ୍କ ସ୍ତ୍ରୀ ଓ ଏକ ୩ ବର୍ଷର ପିଲା ଥିବାବେଳେ ଅନ୍ୟ ଏକ ଝିଅ ସଙ୍ଗେ ଦୁହେଁଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଏହି ଘଟଣା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନଥିବା ବେଳେ, ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

Leave A Reply

Your email address will not be published.

error: Content is protected !!