ଡ଼ଃ. ସତ୍ୟ ନାରାୟଣ ସାହୁଙ୍କ ମାତା ରତ୍ନାବତୀଙ୍କ ୯୨ ବୟସରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତେଲିଗୋଟ ପଡ଼ା ନିବାସୀ ଡ଼ଃ. ସତ୍ୟ ନାରାୟଣ ସାହୁଙ୍କ ମାଁ ରତ୍ନାବତୀ ସାହୁଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଡ଼ଃ. ସତ୍ୟ ନାରାୟଣ ସାହୁ, ମଝିଆ ପୁଅ ବିଷ୍ଣୁ ଚରଣ ସାହୁ, ସାନ ପୁଅ ବାବାଜୀ ଚରଣ ସାହୁ ଏବଂ ଦୁଇ ଝିଅ ହେଲେ ରଞ୍ଜୁକ୍ତା ସାହୁ ଓ ସଂଯୁକ୍ତା ସାହୁ ଉପସ୍ଥିତ ଥିଲେ । ପରିବାରର ସମସ୍ତ ବନ୍ଧୁ ବାନ୍ଧବ ଓ ପ୍ରିୟଜନ ଉପସ୍ଥିତ ଥିଲେ । ତାଙ୍କ ବଡ ପୁଅ ଡ଼ଃ. ସତ୍ୟ ନାରାୟଣ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ଅନ୍ତିମ ସଂସ୍କାର ବିଭୂତି ପଡା ଶ୍ମଶାନରେ ଅନୁଷ୍ଠିତ ହୋଇଯାଇଥିଲା ।

Leave A Reply

Your email address will not be published.