ପାଇକମାଲରେ କୋଶଲ ଅସ୍ମିତା ରଥ

  • କୋଶଲୀକୁ ମିଳୁ ସାମ୍ବିଧାନିକ ସ୍ୱୀକୃତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ଠାରେ ପହଁଚିଛି କୋଶଲ ଅସ୍ମିତା ରଥ । ପାଇକମାଲ ସହରରେ କୋଶଲ କଳାକାର ସଂଘ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସଂଘର ସଭାପତି ଟାଇଲ ଚନ୍ଦ୍ର ଭୋଇ, ଚାଷୀନେତା ପନ୍ନାଲାଲ ସେଠ, ନୃସିଂନାଥ କଳା ପରିଷଦର ଚିତ୍ତରଂଜନ ସରାଫ, ନାରାୟଣ ନାୟକ, ସଚିନ ସାହୁ, ନରୋତ୍ତମ ଦାଶ, ପଦ୍ମନ ପ୍ରଧାନ, ଚନ୍ଦ୍ରମଣୀ ସାହୁ, ଡୋଲାମଣି ସାହୁ ଓ ସଂଘର କର୍ମକର୍ତ୍ତାମାନେ ସ୍ୱାଗତ କରିଥିଲେ । ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରାମ ପରିକ୍ରମା କରି ସାଧାରଣରେ ସଚେତନ ପାଇଁ ଲିଫ୍‌ଲେଟ୍‌ ବାଣ୍ଟିଥିଲେ । ଏକ ପଥପ୍ରାନ୍ତ ସଭାରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ, ସାଂସ୍କୃତିକ ସଂପାଦକ ସରୋଜ ଭୂୟାଁ, ଯୁଗ୍ମ ସଂପାଦକ ସାକେତ ଭୁଷଣ ସାହୁ ପ୍ରକାଶ କରିଥିଲେ ଯେ, କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ, ପଶ୍ଚିମ ଓଡିଶାର ବିଦ୍ୟାଳୟ ମାନଙ୍କୁ କୋଶଲୀ ମାଧ୍ୟମରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ଓ ଓଡିଶାର ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ଦାବୀରେ ୧୦ ଜିଲ୍ଲା ପରିକ୍ରମା କରିବ କୋଶଲ ଅସ୍ମିତା ରଥ । ନିଜ ମାତୃଭାଷାରେ ଶିକ୍ଷା ପାଇ ପାରୁନଥିବାରୁ ଶିଶୁ ମାନଙ୍କର ବୌଦ୍ଧିକ ବିକାଶ ହେଇପାରୁନାହିଁ । ପଶ୍ଚିମ ଓଡିଶାରେ ଉଦ୍‌ବେଗଜନକ ଭାବେ ୨୭.୨୯ ଶତକଡା ପିଲା ଅଧାରୁ ପାଠ ଛାଡି ଦେଉଛନ୍ତି । ସେହିପରି ଆଗାମୀ ଜନ ଗଣନାରେ ପଶ୍ଚିମ ଓଡିଶାର ସମସ୍ତ ଭାଇଭଉଣୀ ମାତୃଭାଷା କୋଶଲୀ ବୋଲି ଉଲ୍ଲେଖ କରିବାକୁ ନିବେଦନ କରିଛି ଏକାଡେମୀ ।

jittmm
Leave A Reply

Your email address will not be published.