oom

ଐତିହାସିକ ଅଙ୍ଗ ଆଳତୀର ଶୁଭାରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହିଆସିଛି । ଆଜି ବୁଧବାର ଭାଦ୍ରବ ପୂର୍ଣ୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ପଦ୍ମପୁର ମହୁଲପାଲି ସ୍ଥିତ ଅଙ୍ଗନଦୀ ଘାଟ ଠାରେ ଐତିହାସିକ ଅଙ୍ଗ ଆଳତୀର ଶୁଭାରମ୍ଭ କରାଯାଇଛି । ପଣ୍ଡିତ ଆଶୁତୋଷ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅୟୋଜିତ ହୋଇଥିଲା । ଏହି ଆଳତୀ ସମୟରେ ଘଣ୍ଟ, ଶଙ୍ଖ ଓ ବ୍ରାହ୍ମଣମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ଏହି ଅବସରରେ ମୃତ୍ୟୁଞ୍ଜୟ ହୋତା, ମଣ୍ଟୁ ହୋତା, ଅରୁଣ ଦାନି, ତୁଳରାମ ସାହୁ, କିଶୋର ଦାନି, ପ୍ରଶାନ୍ତ ସାହୁ, ପ୍ରତାପ ନାଥ, ଅକ୍ଷୟ ଦାନି, ନାରାୟଣ ପଣ୍ଡା, ପ୍ରଫୁଲ୍ଲ କୁମାର ସିଂହ, ସନ୍ତୋଷ କୁମାର ପଣ୍ଡା, ଗଙ୍ଗାଧର ମହାନ୍ତି, ନବୀନ କୁମାର ଦାଶ ଓ ମହୁଲପାଲି ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରା ଯାଇଥିଲା ।

jittmm
Leave A Reply

Your email address will not be published.