ଗୁଞ୍ଚିତରା ରେଳଫାଟକ ନିକଟ ଟ୍ରେନଲାଇନରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ଟିଟିଲାଗଡ଼ରୁ ବଲାଙ୍ଗିର ରେଳ ଲାଇନ୍ ଗୁଞ୍ଚିତରା ରେଳଫାଟକ ପାଖରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟିଟିଲାଗଡ଼ ରୁ ବଲାଙ୍ଗିରକୁ ସଂଯୋଗ କରୁଥିବା ରେଳ ଲାଇନର ୭୪୦/୧୫ ପୋଲ ପାଖରେ ଜଣେ ଅଜଣା ମହିଳା (୪୦)ଙ୍କ ଶବ ପଡ଼ି ରହିଥିଲା । ସେହି ଅଜଣା ମହିଳାଙ୍କ ମୃତଦେହ ଚିହ୍ନଟ ହୋଇନଥିବା ବେଳେ ସେ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କୌଣସି ଦୃତଗାମୀ ଟ୍ରେନ ଧକ୍କା ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ମହିଳା ଜଣଙ୍କ ଶରୀର ଖଣ୍ଡବିଖଣ୍ଡ ହୋଇଯାଇଥିବା ବେଳେ ପାଖ ରେଳଫାଟକର କର୍ମଚାରୀମାନେ ବଲାଙ୍ଗିର ଜିଆରପିକୁ ଖବର ଦେଇଥିଲେ । ବଲାଙ୍ଗିର ଜିଆରପି ପୋଲିସ ପହଞ୍ଚି ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ।

Leave A Reply

Your email address will not be published.