ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ୨ ସହଯୋଗୀ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଓ ଲିଲିମା ପ୍ରଧାନଙ୍କ ପକ୍ଷରୁ ସାରଙ୍ଗଡ଼ ଥାନାରେ ଅଭିଯୋଗ ପ୍ରକାରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ୱାଳ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ମାଷ୍ଟର ମାଇଣ୍ଡ ରଞ୍ଜିତ ପଟ୍ଟନାୟକ (ଜିତ୍)କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଗିରଫ କଲା ସାରଙ୍ଗଡ଼ ପୋଲିସ୍ । ଏଥିସହିତ ୨ ସହଯୋଗୀ କନ୍ଦର୍ପ ନାୟକକୁ ସାରଙ୍ଗଡ଼ରୁ ଗିରଫ କରିଥିବା ବେଳେ ଜ୍ୟୋତିପ୍ରକାଶ ଦଣ୍ଡସେନାକୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ଼ ପୋଲିସ୍ । ସୂଚନା ପ୍ରକାରେ ମାଷ୍ଟର ମାଇଣ୍ଡ ରଞ୍ଜିତ ପଟ୍ଟନାୟକର ପ୍ଲାନ୍ ମୁତାବକ ସାରଙ୍ଗଡ଼ରୁ କନ୍ଦର୍ପ ନାୟକ ଓ ତୁମୁଡ଼ିବନ୍ଧ ଅଞ୍ଚଳର ଜ୍ୟୋତିପ୍ରକାଶ ଦଣ୍ଡସେନା ସାରଙ୍ଗଡ଼ ଓ ବାଲିଗୁଡ଼ା ଅଞ୍ଚଳର ବହୁ ଯୁବକ, ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜଣପିଛା ୭୦ ହଜାର ଟଙ୍କା ଲେଖାଏଁ ଠକି ନେଇଥିବା ସାରଙ୍ଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ରଞ୍ଜିତ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଏକ ଭଡ଼ାଘରେ ଅଫିସ ଖୋଲି ଯୁବକ, ଯୁବତୀଙ୍କ ଇଣ୍ଟରଭ୍ୟୁ ନେବାସହ ମିଛ ଅଫର୍ ଲେଟର ଦେଉଥିଲା । ଯୁବକ, ଯୁବତୀଙ୍କ ଠାରୁ ଫୋନ୍ ପେ ମାଧ୍ୟମରେ ଟଙ୍କା ନେଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଚାକିରି ଦେବା ନାଁରେ ଠକେଇ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଥିବା ବିଷୟ ଜି. ଉଦୟଗିରି ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.